
ଓଡ଼ିଶାରେ ଗଣମାଧ୍ୟମ କ୍ଷେତ୍ରକୁ ସୁଦୃଢ କରି ସାରା ବିଶ୍ବରେ ନିଜର ଅନନ୍ୟ ପରିଚୟ ସୃଷ୍ଟି କରିଥିବା ଏବଂ ଓଡ଼ିଶାକୁ ବିଶ୍ବ ସ୍ତରରେ ସର୍ବାଗ୍ରେ ରଖିବା ପାଇଁ ଅହରହ ପ୍ରୟାସରତ ମୋର ଆଦର୍ଶ ଗୁରୁ Soumya Ranjan Patnaik ଆଜି ଦୈନିକ ଓଡ଼ିଆ ନଂ ଓ୍ବାନ୍ ଖବରକାଗଜ ‘ ସମ୍ବାଦ ‘ ର ସମ୍ପାଦକ ପଦରୁ ଅବ୍ୟାହତି ନେଇଛନ୍ତି । ଶ୍ରୀ ସୌମ୍ୟରଞ୍ଜନ ପଟ୍ଟନାୟକ କିଛି ବ୍ୟକ୍ତିଗତ କାରଣ ଦର୍ଶାଇ ପଦରୁ ଅବ୍ୟାହତି ନେବା ପରେ ତାଙ୍କ ଝିଅ Tanaya Patnaik ସମ୍ପାଦକ ପଦରେ ନିଯୁକ୍ତ ହୋଇଛନ୍ତି । ଏମିତି କାହିଁକି ହୋଇଛି ପ୍ରାୟତଃ ଓଡ଼ିଶାର ଜନସାଧାରଣ ବେଶ୍ ଭଲଭାବରେ ଜାଣିଛନ୍ତି କିନ୍ତୁ ଏହା ଏକ ଗଣତାନ୍ତ୍ରିକ ରାଷ୍ଟ୍ର ପାଇଁ ଶୁଭଙ୍କର ନୁହେଁ ବୋଲି ସମସ୍ତେ ଜାଣିବା ଉଚିତ୍ । ଗଣତନ୍ତ୍ର କୁ ପ୍ରଭାବିତ କରି ରାଜ୍ୟରେ ଅମଲାତନ୍ତ୍ର ଚାଲିବା ଏବଂ ଜନସାଧାରଣଙ୍କ ମଙ୍ଗଳ ପାଇଁ ଗଣତାନ୍ତ୍ରିକ ବ୍ୟବସ୍ଥା ସପକ୍ଷରେ ସମ୍ପାଦକୀୟ ଲେଖିବା ଯୋଗୁଁ ଏତେବଡ଼ ଷଡ଼ଯନ୍ତ୍ର । Naveen Patnaik CMO Odisha
ଛିଃ ନବୀନ ବାବୁ ଛିଃ ଆପଣ ଜଣେ ପ୍ରବାଦ ପୁରୁଷଙ୍କ ସନ୍ତାନ ଏବଂ ଏକାଧାରରେ ଜଣେ ଉତ୍ତମ ଲେଖକ ଉଚ୍ଚଶିକ୍ଷିତ ଓ ଜଣେ ସର୍ବୋତ୍ତମ ମୁଖ୍ୟମନ୍ତ୍ରୀ ହୋଇ ଏତେ ତଳକୁ ଖସିଗଲେ । ସାମାନ୍ୟ ଗୋଟେ ସରକାରୀ ଚାକିରିଆ ସେ ପୁଣି ତାମିଲ୍ ଲୋକ V K Pandian Fan Club ପାଇଁ ଆମ ଓଡ଼ିଶାର ଜଣେ ଶୁଭଚିନ୍ତକ ସ୍ବାଭିମାନୀ ମଣିଷ ପ୍ରତି ଏତେବଡ଼ ଅନ୍ୟାୟ କରି ଦେଖାଇଦେଲେ । ମାତୃଭାଷା ପ୍ରତି ଯତ୍ନବାନ, ପରିବେଶ ସୁରକ୍ଷା , ସମାଜ କଲ୍ୟାଣ , ଶିକ୍ଷା କୁ ଗୁରୁତ୍ବ ଏବଂ ରକ୍ତଦାନ ଭଳି ଅନେକ ଜନହିତକର କାର୍ଯ୍ୟ କରୁଥିବା ଜଣେ ମହାନ ସୁପ୍ରତିଷ୍ଠିତ ଓଡ଼ିଆ ପୁଅକୁ ଏଭଳି ମାନସିକ ନିର୍ଯ୍ୟାତନା ଦେବା ଆଦୌ ଠିକ୍ ହେଲାନି । ଆଗାମୀ ନିର୍ବାଚନରେ ଓଡ଼ିଶାର ପ୍ରତ୍ୟେକ ନାଗରିକ ଏହାର ଉଚିତ୍ ଜବାବ୍ ଦେବେ କାରଣ ବିଜୁ ବାବୁଙ୍କ ପରି କଳିଙ୍ଗ ଷଣ୍ଢ ଓ ସ୍ବାଧୀନତା ସଂଗ୍ରାମୀଙ୍କ ମାଟି ଏ ଆମ ଓଡ଼ିଶା ମାଟି । Narendra Modi
Leave a comment