
ପବିତ୍ର ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଯୋରନ୍ଦା ଉଚ୍ଚ ବିଦ୍ୟାଳୟରେ ଆନନ୍ଦ ଉଲ୍ଲାସର ସହ ପାଳନ କରାଯାଇଅଛି ।ସଭାଗୃହରେ ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ତନୁଶ୍ରୀ ମିଶ୍ର ମହୋଦୟାଙ୍କ ସଭାପତିତ୍ୱରେ ଶିକ୍ଷକ, ଶିକ୍ଷୟତ୍ରୀ ,କର୍ମଚାରୀ ଓ ଛାତ୍ରଛାତ୍ରୀଙ୍କ ମାନଙ୍କର ଉପସ୍ଥିତିରେ ଦୁଇ ମହାପୁରୁଷଙ୍କ ଫୋଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ଓ ଦୀପ ,ଧୂପ ପ୍ରଦାନ ସହ ଆଜିର ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା ।
ସଭାପତି, ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ର ଛାତ୍ରୀ ମାନେ ଦୁଇ ବରପୁତ୍ରଙ୍କର ସମ୍ପର୍କରେ ଅଭିଭାଷଣ ମାଧ୍ୟମରେ ଗୁଣ ଗାନ କରିବା ସହ ଦେଶ ପାଇଁ ସେମାନଙ୍କର ଅବଦାନକୁ ମନେ ପକାଇଥିଲେ ।ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ କୃତି ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ କରଯାଇଥିଲା।
ବିଦ୍ୟାଳୟର ଏନସିସି ,ଗାଇଡ଼ , ୟୁକୋ କ୍ଲବ ,ଜେଆରସି ଓ ଅନ୍ୟ ଛାତ୍ର ଛାତ୍ରୀଙ୍କୁ ନେଇ ବିଦ୍ୟାଳୟ ନିକଟସ୍ଥ ଜାମୁସରା ଅଂଚଳରେ ସ୍ୱଚ୍ଛ ଭାରତ ଅଭିଯାନ ସଚେତନତା ଶୋଭାଯାତ୍ରା କରାଯାଇଥିଲା ।ଏହି ରାଲି ମାଧ୍ୟମରେ ପିଲାମାନେ ମହାପୁରୁଷଙ୍କ ନାମରେ ସ୍ଲୋଗାନ ଦେବା ସହ ସ୍ୱଚ୍ଛ ଭାରତ ସମ୍ପର୍କିତ ପୋଷ୍ଟର ମାନ ଧରି ଗ୍ରାମ ପରିକ୍ରମା କରିଥିଲେ ।
ପରିଶେଷରେ ମହାତ୍ମା ଗାନ୍ଧୀଙ୍କଙ୍କର
ପ୍ରତିମୂର୍ତ୍ତିରେ ପ୍ରଧାନ ଶିକ୍ଷୟିତ୍ରୀ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ଛାତ୍ର ଛାତ୍ରୀ ମାନେ “ସ୍ୱଚ୍ଛତା ହିଁ ସେବା “କାର୍ଯ୍ୟକ୍ରମ କରି ଆଜିର ପବିତ୍ର ଦିବସକୁ ସାଫଲ୍ୟ ମଣ୍ଡିତ କରିଥିଲେ ।
ଜୟ ହିନ୍ଦ
ଭାରତ ମାତାକି ଜୟ
ମହାତ୍ମା ଗାନ୍ଧୀକି ଜୟ
ଲାଲ ବାହାଦୂର ଶାସ୍ତ୍ରୀକି ଜୟ🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳
Leave a comment