ଭାରତ-ପାକିସ୍ତାନ ମ୍ୟାଚରେ ରାଷ୍ଟ୍ରଗାନ ଗାନ କଲେ ୧ ଲକ୍ଷ ଦର୍ଶକ, ବାବରଙ୍କୁ କଲେ ପରିହାସ

ଭାରତ (ରିପୋର୍ଟବ୍ୟୁରେ -ନିଉ ଓଡ଼ିଆ ଓଡିଶା )ଆଇସିସି ଦିନିକିଆ ବିଶ୍ୱକପ ୨୦୨୩ର ସବୁଠୁ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ ଭାରତ – ପାକିସ୍ତାନ ମଧ୍ୟରେ ଖେଳା ଯାଉଛି । ଏକ ଲକ୍ଷରୁ ଅଧିକ କ୍ଷମତା ବିଶିଷ୍ଟ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଏହି ମ୍ୟାଚ୍ ଚାଲିଛି ।

ଆଜି ଏହି ଟସ୍ ସମୟରେ ମ୍ୟାଚରେ ଏକ ଘଟଣା ମଧ୍ୟ ଦେଖିବାକୁ ମିଳିଥିଲା, ଯାହା ପାକିସ୍ତାନୀ ପ୍ରଶଂସକଙ୍କ ପାଇଁ ଆଦୌ ଭଲ ନଥିଲା। ବାସ୍ତବରେ, ଯେତେବେଳେ ପାକିସ୍ତାନ ଦଳର ଅଧିନାୟକ ବାବର ଆଜାମ ଟସ୍ ପାଇଁ ପଡ଼ିଆକୁ ଆସିଥିଲେ, ଦର୍ଶକ ତାଙ୍କୁ ପରିହାସ କରିଥିଲେ।

ଷ୍ଟାଡିୟମରେ ବାବରଙ୍କୁ ପରିହାସ କରାଯାଇଥିଲା

ଏହାର ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଦର୍ଶକମାନେ ଟସ୍ ସମୟରେ ବାବର ଆଜାମଙ୍କୁ ଗାଳି ଦେଉଥିବାର ନଜର ଆସିଛନ୍ତି । କିଛି ପ୍ରଶଂସକ ଏହା ଖେଳର ବିରୁଦ୍ଧରେ ବୋଲି କହିଛନ୍ତି । ତେବେ ପାକିସ୍ତାନ ଦଳ ଭାରତରେ ପହଞ୍ଚିବା ପରେ ହାଇଦ୍ରାବାଦରେ ସେମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ପ୍ରଶଂସକମାନେ ମଧ୍ୟ ବାବରଙ୍କ ନାମରେ ସ୍ଲୋଗାନ ଦେଇଥିଲେ ।

Leave a comment

Design a site like this with WordPress.com
Get started