(ମୋହ)(ଲେଖକ- ପ୍ରକାଶଚନ୍ଦ୍ର ରାଉତ )
——–
ମାଟି କୁ ମାଗିଲି ମଗ୍ନତା
ଆକାଶକୁ ଉଚ୍ଚତା
ସମୁଦ୍ରକୁ ସ୍ଥିରତା
ଆଉ ଜହ୍ନକୁ ମାଗିଲି ଧାରେ ଶୀତଳତା
ସବୁକିଛି ମିଳିଗଲା ପରେ
ମୁଁ ତ କାଇଁ ପାଇଲିନି
ଜୀବନରେ ପୂର୍ଣ୍ଣତା?
ପୁଣି ମାଗିଲି ନଦୀକୁ ପ୍ରଖରତା
ମେଘକୁ ବ୍ୟାକୁଳତା
ପାହାଡ଼କୁ ମାଗିଲି ମୁଁ ବୌଦ୍ଧିକତା
ତଥାପି ଜୀବନ କାହିଁକି ମୋର
ଧାରିଛି ଶୂନ୍ୟତା?
ଫୁଲକୁ ମାଗିଲି ସୁନ୍ଦରତା
ବୃକ୍ଷଠୁ ବଦାନ୍ୟତା
ଭଅଁରଠୁ ମାଗିଦେଲି ଚଞ୍ଚକତା
ହେଲେ ବି ମୁଁ ଆଜି
ଆପଣେଇ ନେଇଛି କେମିତି
ମେଞ୍ଚା ମେଞ୍ଚା ଶୁଦ୍ଧ ବିଫଳତା??
ଜୀବନକୁ ମାଗିଲି ମୁଁ ସଫଳତା
ପବନଠୁ ମାଦକତା
ଅନ୍ଧାରଠୁ ମାଗିଦେଲି ଖାଁ ଖାଁ ନିରବତା
ସବୁ ପ୍ରାପ୍ତିର ସ୍ୱୀକାରୋକ୍ତିରେ
କାହିଁକି କେଜାଣି
ଅନୁଭବେ ଅସହ୍ୟ ବ୍ୟର୍ଥତା |
@ପ୍ରକାଶ

Leave a comment