
ଆଜି ମାନିଲୁ, ୨୬କୁ ଅପେକ୍ଷା କଲୁ; ୩୧ ଯାଏଁ ଗଡ଼ିବ ବସ୍
ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ଧର୍ମଘଟ ସ୍ଥଗିତ ରଖିବାକୁ ନିଷ୍ପତି ନେଇଛି ରାଜ୍ୟ ଘରୋଇ ବସ୍ ମାଲିକ ସଂଘ ।
ସ୍ଥଗିତ ରହିଲା ରାଜ୍ୟ ଘରୋଇ ବସ୍ ମାଲିକ ସଂଘର ଆନ୍ଦୋଳନ । ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ଧର୍ମଘଟ ସ୍ଥଗିତ ରଖିବାକୁ ନିଷ୍ପତି ନେଇଛି ରାଜ୍ୟ ଘରୋଇ ବସ୍ ମାଲିକ ସଂଘ । ଏ ନେଇ ଜିଲ୍ଲା ସଂଘଗୁଡ଼ିକ ସହ ଆଲୋଚନା ପରେ ନିଷ୍ପତ୍ତି ନେଇ ରାଜ୍ୟ ଘରୋଇ ବସ୍ ମାଲିକ ସଂଘ ।
ଆଜି ପରିବହନ ମନ୍ତ୍ରୀଙ୍କ ସହ ଦୀର୍ଘ ୧ ଘଣ୍ଟା ଧରି ଆଲୋଚନା କରିଥିଲା ରାଜ୍ୟ ଘରୋଇ ବସ୍ ମାଲିକ ସଂଘ । ବୈଠକରେ ସମସ୍ତ ଦାବି ଓ ପ୍ରସଙ୍ଗରେ ଆଲୋଚନା ହୋଇଥିଲେ ବି ଧର୍ମଘଟ ପ୍ରତ୍ୟାହାର ନେଇ କୌଣସି ନିଷ୍ପତ୍ତି ନେଇ ପାରିନଥିଲା ଘରୋଇ ବସ୍ ମାଲିକ ସଂଘ । ଆଲୋଚନା ପରେ, ଧର୍ମଘଟ ବନ୍ଦ କରି ମାଲିକ ସଂଘ ସହଯୋଗ କରିବେ ବୋଲି ପରିବହନ ମନ୍ତ୍ରୀ ଟୁକୁନି ସାହୁ କହିଥିଲେ । ହେଲେ ଜିଲ୍ଲା ସଂଘଗୁଡ଼ିକ ସହ ଆଲୋଚନା ନକରିବା ଯାଏଁ, ଆନ୍ଦୋଳନ ପ୍ରତ୍ୟାହର ନିଷ୍ପତ୍ତି ନିଆଯାଇପାରିବ ନାହିଁ ବୋଲି ସୂଚନା ଦେଇଥିଲେ ରାଜ୍ୟ ଘରୋଇ ବସ୍ ମାଲିକ ସଂଘର ସାଧାରଣ ସଂପାଦକ ଦେବେନ୍ଦ୍ର ସାହୁ ।
Leave a comment