ଢେଙ୍କାନାଳ ଜିଲ୍ଲାପାଳ ସରୋଜ ସେଠୀ ଅଚାନକ ବିଦା, ମନୋରଞ୍ଜନ ମଲ୍ଳିକ ନୂଆ ଜିଲ୍ଲାପାଳ

ଢେଙ୍କାନାଳ ଜିଲ୍ଲାପାଳ ସରୋଜ ସେଠୀ ଅଚାନକ ବିଦା, ମନୋରଞ୍ଜନ ମଲ୍ଳିକ ନୂଆ ଜିଲ୍ଲାପାଳସେହିପରି ସାଧାରଣ ପ୍ରଶାସନ ବିଭାଗ ଅନ୍ୟ ଏକ ନିର୍ଦ୍ଦେଶାନାମା ଜାରି କରି ଅତିରିକ୍ତ ଜିଲ୍ଲାପାଳ, ଉପଜିଲ୍ଲାପାଳ, ଅତିରିକ୍ତ ଉପଜିଲ୍ଲାପାଳ ପଦବୀରେ ଥିବା ଯେଉଁ ଅଫିସରମାନଙ୍କ ବଦଳି ହୋଇଛି ସେମାନେ ୨୪ଘଣ୍ଟା ମଧ୍ୟରେ ନିଜ ନୂଆ ସ୍ଥାନରେ ଯୋଗ ଦେବାକୁ ନିର୍ଦ୍ଦେଶ ଜାରି ହୋଇଛି । ଯେହେତୁ ବିଭାଗ ପକ୍ଷରୁ ସେମାନଙ୍କୁ ସେଣ୍ଟ୍ରାଲି ରିଲିଭ୍ କରାଯାଇଛି ତେଣୁ ଆଉ ପ୍ରସ୍ତୁତି ପାଇଁ ସମୟ ନଗଡ଼ାଇ ୨୪ଘଣ୍ଟା ମଧ୍ୟରେ ନୂଆ ସ୍ଥାନରେ ଯୋଗ ଦେବାକୁ ଏକ ନିର୍ଦ୍ଦେଶନାମା ଜାରି ହୋଇଛି ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ଇଡକୋ ମୁଖ୍ୟ ଜେନେରାଲ ମ୍ୟାନେଜର(ଜମି) ଭାବେ କାର୍ଯ୍ୟରତ ବରିଷ୍ଠ ଓଏଏସ୍ ମନୋରଞ୍ଜନ ମଲ୍ଲିକଙ୍କୁ ଢେଙ୍କାନାଳ ଜିଲ୍ଲାପାଳ ଭାବେ ବଦଳି କରାଯାଇଛି । ଶ୍ରୀ ସେଠୀଙ୍କ ସ୍ଥାନରେ ସେ ଢେଙ୍କାନାଳ ଜିଲ୍ଲାପାଳ ଦାୟିତ୍ୱ ତୁଲାଇବେ । ଶ୍ରୀ ସେଠୀଙ୍କୁ ଏପର୍ଯ୍ୟନ୍ତ କୌଣସି ନୂଆ ନିଯୁକ୍ତି ମିଳିନାହିଁ । ଶ୍ରୀ ସେଠୀ ୨୦୨୧ ଅଗଷ୍ଟ ୧୬ତାରିଖରେ ଢେଙ୍କାନାଳ ଜିଲ୍ଳାପାଳ ଭାବେ ଯୋଗ ଦେଇଥିଲେ । ସେଠାରେ ତାଙ୍କର ୩ବର୍ଷ ଅବଧି ବି ପୁରି ନାହିଁ । ଏପରିକି ସେ ୨୦୨୬ ମାର୍ଚ୍ଚରେ ଅବସର ବି ନେବେ । କିନ୍ତୁ ସରକାର କାହିଁକି ତାଙ୍କୁ ଅଚାନକ ହଟାଇଦେଲେ ତାହା ଜଣାପଡ଼ିନି । ମାତ୍ର ଢେଙ୍କାନାଳର ରାଜନୀତିକ ପରିଦୃଶ୍ୟକୁ ଦୃଷ୍ଟିରେ ରଖି ତାଙ୍କୁ ହଟାଇ ଦିଆଯାଇଥିବା ଚର୍ଚ୍ଚା ହେଉଛି । ଅନ୍ୟପକ୍ଷରେ ଶ୍ରୀ ମଲ୍ଲିକ ତାଙ୍କ ଓଏଏସ୍ ବ୍ୟାଚର ପ୍ରଥମ ଅଫିସର ଭାବେ ଜିଲ୍ଲାପାଳ ହୋଇଛନ୍ତି ।
୨୦୧୨ ବ୍ୟାଚ୍ ଆଇଏଏସ୍ ସରୋଜ କୁମାର ସେଠୀଙ୍କୁ ଆଜି ରାଜ୍ୟ ସରକାର ଅଚାନକ ଢେଙ୍କାନାଳ ଜିଲ୍ଲାପାଳ ପଦରୁ ହଟାଇ ଦେଇଛନ୍ତି । ତାଙ୍କ ସ୍ଥାନରେ ବରିଷ୍ଠ ଓଏଏସ୍ ଅଫିସର ମନୋରଞ୍ଜନ ମଲ୍ଲିକଙ୍କୁ ଢେଙ୍କାନାଳ ଜିଲ୍ଲାପାଳ ଭାବେ ନିଯୁକ୍ତି ମିଳିଛି । ତେବେ ଶ୍ରୀ ସେଠୀଙ୍କୁ ଅଚାନକ କାହିଁକି ଜିଲ୍ଲାପାଳ ପଦରୁ ସରକାର ହଟାଇଦେଲେ ତାକୁ ନେଇ ପାୱାର କରିଡରରେ ଚର୍ଚ୍ଚା ଆରମ୍ଭ ହୋଇଛି ।

Leave a comment

Design a site like this with WordPress.com
Get started