ବିପର୍ଯ୍ୟୟ ପୂର୍ବରୁ ଲୋକଙ୍କ ଫୋନରେ ପହଞ୍ଚିବ ସତର୍କ ସୂଚନା । ଟେଲିକମ୍ ବିଭାଗ ତରଫରୁ ଆଜି ଓଡିଶାରେ ହୋଇଛି ପରୀକ୍ଷଣ । ୯୯ ପ୍ରତିଶତ ଫୋନକୁ ଯାଇଛି ଏମରଜେନ୍ସି ଆଲର୍ଟ ।ବିପର୍ଯ୍ୟୟ ପୂର୍ବରୁ ଲୋକଙ୍କ ଫୋନରେ ପହଞ୍ଚିବ ସତର୍କ ସୂଚନା । ଟେଲିକମ୍ ବିଭାଗ ତରଫରୁ ଆଜି ଓଡିଶାରେ ହୋଇଛି ପରୀକ୍ଷଣ । ୯୯ ପ୍ରତିଶତ ଫୋନକୁ ଯାଇଛି ଏମରଜେନ୍ସି ଆଲର୍ଟ । ବିପର୍ଯ୍ୟୟ ଆସିବା ପୂର୍ବରୁ ଆପଣଙ୍କ ପାଖରେ ପହଞ୍ଚିବ ଜରୁରୀ ସୂଚନା । ଆପଣଙ୍କ ଫୋନକୁ ଆସିବ ଟେଲିକମ୍ ବିଭାଗ ତରଫରୁ ମେସେଜ୍ । ଆଜି ମୋବାଇଲକୁ ଏମରଜେନ୍ସି ଆଲର୍ଟ ଆସିବା ପ୍ରସଙ୍ଗରେ ସ୍ପଷ୍ଟୀକରଣ ରଖି ଏପରି କିଛି କହିଛି ଟେଲିକମ୍ ବିଭାଗ । ବିଭାଗ ତରଫରୁ ଆଜି ପ୍ରେସମିଟ୍ କରାଯାଇ ଏ ସମ୍ପର୍କରେ ସୂଚନା ଦିଆଯାଇଥିବାବେଳେ, ଲୋକମାନେ ଏଥିରେ ଭୟଭୀତ ନହେବାକୁ ପରାମର୍ଶ ଦିଆଯାଇଛି ।ତା ସହିତ ଏହା କୌଣସି ସାଇବର ଠକେଇ ନୁହେଁ ବୋଲି ମଧ୍ୟ ଲୋକମାନଙ୍କୁ ସୂଚାଇ ଦିଆଯାଇଛି ।ବିଭାଗ ତରଫରୁ କୁହାଯାଇଛି ଯେ, ଓଡିଶାରେ ଆଜି ଏହି ପରୀକ୍ଷଣ ସଫଳ ହେଇଛି । ବିପର୍ଯ୍ୟୟ ବେଳେ ଲୋକଙ୍କ ପାଖରେ କେମିତି ଜରୁରୀ ସୂଚନା ପହଞ୍ଚିବ ସେନେଇ ଟେଲିକମ୍ ବିଭାଗ ତରଫରୁ ଆଜି ପରୀକ୍ଷଣ କରାଯାଇଥିଲା । ଆଜି ପ୍ରାୟତଃ ୯୯ ପ୍ରତିଶତ ଫୋନକୁ ଏହି ମେସେଜ୍ ଯାଇଛି । ଏବଂ ଦେଶର କିଛି ରାଜ୍ୟରେ ଏହା ହୋଇସାରିଥିବାବେଳେ, ଅକ୍ଟୋବର ୩୧ ତାରିଖ ସୁଦ୍ଧା ସବୁ ରାଜ୍ୟରେ ଏହାର ପରୀକ୍ଷଣ ହେବ ବୋଲି ସୂଚନା ଦିଆଯାଇଛି ।ସୂଚନାଯୋଗ୍ୟ ଯେ, ଆଜି ସକାଳୁ ସକାଳୁ ମୋବାଇଲକୁ ଆସିଥିଲା ଏମରଜେନ୍ସି ଆଲର୍ଟ । ମୋବାଇଲରେ ଜରୁରୀକାଳୀନ ସୂଚନା ଦେବା ଭଳି ଏକ ମେସେଜ୍ ଆସିଥିଲା । ଗୋଟିଏ ମୋବାଇଲକୁ କିଛି ସମୟ ଅନ୍ତରରେ ୨ରୁ ତିନି ଥର ମେସେଜ ଆସୁଥିଲା । ମେସେଜ ଆସିବା ସମୟରେ ବିପ୍ ସାଉଣ୍ଡ ହେବା ସହ ଭାଇଭ୍ରେଟ ହେଉଥିଲା । ତେବେ ଏହି ମେସେଜ୍ ଦେଖି ଅନେକ ଆଶଙ୍କାରେ ପଡିଥିଲେ । ଏହି ମେସେଜ୍ କିଏ ଓ କାହିଁକି ଦେଉଛି, ଏହା ପଛର ଉଦେଶ୍ୟ କଣ ସେ ନେଇ ଚିନ୍ତାରେ ପଡିଥିଲେ ।ତେବେ ଏହି ବ୍ୟବସ୍ଥାରେ ଲୋକଙ୍କୁ ସୁରକ୍ଷା ଓ ଜରୁରୀକାଳିନ ସୂଚନା ଦେବେ ସରକାର । ଟେଲିକମ୍ ଅପରେଟରଙ୍କ ଜରିଆରେ ଏହି ସତର୍କ ସୂଚନା ଦିଆଯାଉଛି । ଅଗଷ୍ଟରେ ପ୍ରଥମ ଥର ପାଇଁ ଏଭଳି ପରୀକ୍ଷା କରାଯାଇଥିଲା । ଏବେ ସୁଦ୍ଧା ୬ଥର ଏମିତି ପରୀକ୍ଷା କରାଯାଇଛି । ଏପରି ସତର୍କ ସୂଚନା ଜାରି କରିବାର କାରଣ ହେଉଛି, ଲୋକଙ୍କୁ ବାତ୍ୟା, ସୁନାମୀ, ଭୂମିକମ୍ପ, ଘଡଘଡି ଭଳି ପ୍ରାକୃତିକ ବିପର୍ଯ୍ୟୟ ସମ୍ପର୍କରେ ଆଗୁଆ ସତର୍କ ସୂଚନା ଦେବା ।

Leave a comment

Design a site like this with WordPress.com
Get started