ଅସହାୟ ଓଡ଼ିଆ ଶ୍ରମିକ ଙ୍କୁ ସାହାଯ୍ୟ ର ନିବେଦନ – ବିଶ୍ଵ ରଞ୍ଜନକେନ୍ଦ୍ରାପଡ଼ା ୧୨-୧୧-୨୦୨୩ – ଦକ୍ଷିଣ ଆଫ୍ରିକା ଗାବନ୍ ରେ ଫସିଛନ୍ତି ୧୪ ଜଣ ଓଡ଼ିଆ ଶ୍ରମିକ । ଉଦ୍ଧାର ନିମନ୍ତେ, ସମସ୍ତ ପରିବାର ର ସଦସ୍ୟ, ସାହାଯ୍ୟ ନିମନ୍ତେ ପ୍ରମୁଖ ସାମାଜିକ ଅନୁଷ୍ଠାନ ମାଧ୍ୟମରେ ( ୱାରଲ୍ଡ ଓଡ଼ିଆ ସୋସାଇଟି/ ଭାରତ ସେବା ଦର୍ଶନ / ଭାରତୀୟ ପ୍ରବାସୀ ଓଡ଼ିଶା ସଙ୍ଘ/ ଆନ୍ତର୍ଜାତୀୟ ମାନବ ଅଧିକାର ରକ୍ଷାକାରୀ ସଂଗଠନ / ଗ୍ଲୋବାଲ ଓଡ଼ିଆ ସୋଶାଇଟି ) କୁ ନିବେଦନ କରାଯାଇଛି। ଏହି ପ୍ରମୁଖ ସାମାଜିକ ଅନୁଷ୍ଠାନ ର ସଭାପତି ଶ୍ରୀଯୁକ୍ତ ବିଶ୍ଵ ରଞ୍ଜନ ସାହୁ, ସରକାର ଙ୍କୁ ୧୪ ଅସହାୟ ଓଡ଼ିଆ ଶ୍ରମିକ ଙ୍କୁ ଉଦ୍ଧାର କରିବା ନିମନ୍ତେ ନିଜର ନିବେଦନ ର ପତ୍ର ଲେଖିଛନ୍ତି। ବର୍ତ୍ତମାନ ଦକ୍ଷିଣ ଆଫ୍ରିକା ରେ ଅସହାୟ ଅବସ୍ଥାରେ ଜୀବନ ଯାପନ କରୁଛନ୍ତି। ୧୪ ଜଣ ଓଡ଼ିଆ ଶ୍ରମିକ ଭିଡିଓ ବାର୍ତ୍ତା ଦେଇ ଉଦ୍ଧାର ପାଇଁ ନିବେଦନ କରି ଛନ୍ତି। ୧୪ ଜଣ ଓଡ଼ିଆ ଶ୍ରମିକ ଭିଡିଓ , ପରିବାର ପୋଷଣ ପାଇଁ ଯାଇଥିବା ଏହି ୧୪ ଜଣ ଶ୍ରମିକ ସେଠାରେ ଫସି ରହି ଛନ୍ତି ।କେନ୍ଦ୍ରାପଡ଼ା ଜିଲ୍ଲା ରାଜ କନିକା ବ୍ଲକ୍ ର ଜୟନଗର କୋଇଲିପୁରୁ ଓ ତ୍ୟେଲକ୍ୟପୁରୁ ପଞ୍ଚାୟତ ର ୧୪ ଜଣ ଶ୍ରମିକ ସେଠାରେ ଏକ କଂପାନୀ ରେ କାମ କରିବାକୁ ଯାଇ ଥିଲେ। ତେବେ ସେମାନଙ୍କୁ ଅକଥନୀୟ ନିର୍ଯାତନା ଦିଆ ଯାଉଥିବା ବେଳେ ଖାଇବା ଓ ପିଇ ବାକୁ ମିଳିନଥିବା ସେମାନେ ଅଭିଯୋଗକରିଛନ୍ତି। ୪ ମାସ ହେଲା କଂପାନୀ ସେମାନଙ୍କୁ ଦରମା ଦେଉନଥିବା ସେମାନେ କହି ଛନ୍ତି। କେବଳ ସେତିକି ନୁହେଁ, ଭୋକ ଉପାସରେ ରହିବା ସହିତ ସେମାନଙ୍କୁ ଔଷଧ ମଧ୍ୟ ମିଳୁ ନାହିଁ। ସେମାନଙ୍କୁ ଦେଶ କୁ ଫେରାଇ ଆଣିବା କୁ ଭିଡିଓ ମାଧ୍ୟମରେ ଫସି ରହିଥିବା ୧୪ ଜଣ ଶ୍ରମିକ ଅନୁରୋଧ କରିଚନ୍ତି।

ଅସହାୟ ଓଡ଼ିଆ ଶ୍ରମିକ ଙ୍କୁ ସାହାଯ୍ୟ ର ନିବେଦନ – ବିଶ୍ଵ ରଞ୍ଜନ

କେନ୍ଦ୍ରାପଡ଼ା ୧୨-୧୧-୨୦୨୩ – ଦକ୍ଷିଣ ଆଫ୍ରିକା ଗାବନ୍ ରେ ଫସିଛନ୍ତି ୧୪ ଜଣ ଓଡ଼ିଆ ଶ୍ରମିକ । ଉଦ୍ଧାର ନିମନ୍ତେ, ସମସ୍ତ ପରିବାର ର ସଦସ୍ୟ, ସାହାଯ୍ୟ ନିମନ୍ତେ ପ୍ରମୁଖ ସାମାଜିକ ଅନୁଷ୍ଠାନ ମାଧ୍ୟମରେ ( ୱାରଲ୍ଡ ଓଡ଼ିଆ ସୋସାଇଟି/ ଭାରତ ସେବା ଦର୍ଶନ / ଭାରତୀୟ ପ୍ରବାସୀ ଓଡ଼ିଶା ସଙ୍ଘ/ ଆନ୍ତର୍ଜାତୀୟ ମାନବ ଅଧିକାର ରକ୍ଷାକାରୀ ସଂଗଠନ / ଗ୍ଲୋବାଲ ଓଡ଼ିଆ ସୋଶାଇଟି ) କୁ ନିବେଦନ କରାଯାଇଛି। ଏହି ପ୍ରମୁଖ ସାମାଜିକ ଅନୁଷ୍ଠାନ ର ସଭାପତି ଶ୍ରୀଯୁକ୍ତ ବିଶ୍ଵ ରଞ୍ଜନ ସାହୁ, ସରକାର ଙ୍କୁ ୧୪ ଅସହାୟ ଓଡ଼ିଆ ଶ୍ରମିକ ଙ୍କୁ ଉଦ୍ଧାର କରିବା ନିମନ୍ତେ ନିଜର ନିବେଦନ ର ପତ୍ର ଲେଖିଛନ୍ତି। ବର୍ତ୍ତମାନ ଦକ୍ଷିଣ ଆଫ୍ରିକା ରେ ଅସହାୟ ଅବସ୍ଥାରେ ଜୀବନ ଯାପନ କରୁଛନ୍ତି। ୧୪ ଜଣ ଓଡ଼ିଆ ଶ୍ରମିକ ଭିଡିଓ ବାର୍ତ୍ତା ଦେଇ ଉଦ୍ଧାର ପାଇଁ ନିବେଦନ କରି ଛନ୍ତି। ୧୪ ଜଣ ଓଡ଼ିଆ ଶ୍ରମିକ ଭିଡିଓ , ପରିବାର ପୋଷଣ ପାଇଁ ଯାଇଥିବା ଏହି ୧୪ ଜଣ ଶ୍ରମିକ ସେଠାରେ ଫସି ରହି ଛନ୍ତି ।

କେନ୍ଦ୍ରାପଡ଼ା ଜିଲ୍ଲା ରାଜ କନିକା ବ୍ଲକ୍ ର ଜୟନଗର କୋଇଲିପୁରୁ ଓ ତ୍ୟେଲକ୍ୟପୁରୁ ପଞ୍ଚାୟତ ର ୧୪ ଜଣ ଶ୍ରମିକ ସେଠାରେ ଏକ କଂପାନୀ ରେ କାମ କରିବାକୁ ଯାଇ ଥିଲେ। ତେବେ ସେମାନଙ୍କୁ ଅକଥନୀୟ ନିର୍ଯାତନା ଦିଆ ଯାଉଥିବା ବେଳେ ଖାଇବା ଓ ପିଇ ବାକୁ ମିଳିନଥିବା ସେମାନେ ଅଭିଯୋଗକରିଛନ୍ତି। ୪ ମାସ ହେଲା କଂପାନୀ ସେମାନଙ୍କୁ ଦରମା ଦେଉନଥିବା ସେମାନେ କହି ଛନ୍ତି। କେବଳ ସେତିକି ନୁହେଁ, ଭୋକ ଉପାସରେ ରହିବା ସହିତ ସେମାନଙ୍କୁ ଔଷଧ ମଧ୍ୟ ମିଳୁ ନାହିଁ। ସେମାନଙ୍କୁ ଦେଶ କୁ ଫେରାଇ ଆଣିବା କୁ ଭିଡିଓ ମାଧ୍ୟମରେ ଫସି ରହିଥିବା ୧୪ ଜଣ ଶ୍ରମିକ ଅନୁରୋଧ କରିଚନ୍ତି।

କେନ୍ଦ୍ରାପଡ଼ା

Leave a comment

Design a site like this with WordPress.com
Get started