ଦୀପ-(ଲେଖକ-ପ୍ରକାଶଚନ୍ଦ୍ର ରାଉତ )ଢେଙ୍କାନାଳ (ଦୀପ )
———–
ପୁଳେ ଅନ୍ଧାରକୁ ପିଠିରେ ଲୁଚେଇ
ପେଟରେ ପେଟେ ନିଆଁ ଜାଳି
ନିରବରେ
ସିଝୁଥାଏ ମାଟିର ଦୀପଟି |
କେବେକେବେ ଦଲକାଏ ପବନ
ଛନକାରେ ଚିରିଦିଏ ଛାତି |
ତଥାପି ସେ କୋଉ ହାରେ କି?
ସେତ
ନିରବଧି ଜାଳୁଥାଏ ନିଜ ଦେହଟାକୁ
ବାଣ୍ଟିବାକୁ କୁଢ଼କୁଢ଼
ବିଶ୍ୱାସର ଜ୍ୟୋତି |
ବଡ଼ବଡୁଆଙ୍କ ପରି
ଆକାଶର ତାରା ନହେଲା ନାଇଁ
ମାଟିର ଦୀପଟିଏ ହେଲାପରେବି
ଭାରି ଆପଣାର ଲାଗେ
ତା ମଧୁକ୍ଷରା ତାତି |
@ପ୍ରକାଶ

Leave a comment