ଆଦିବାସୀ ଛାତ୍ରୀଙ୍କୁ ଅସଦାଚରଣ ସହ ରୋଷେୟା ମାଡ଼ ମାରିଥିବା ଅଭିଯୋଗBy Bada Khabar Bureau On 0 11 ShareRELATED POSTSରାଜ୍ୟରେ ଦୁର୍ନୀତି, ଶାସକ-ବିରୋଧୀ ମୁହାଁମୁହିଁଭାରତ-ନ୍ୟୁଜିଲ୍ୟାଣ୍ଡ ସେମିଫାଇନାଲ, ୧ ଲକ୍ଷ ୨୦ ହଜାର ଟଙ୍କାରେ…ଶ୍ରୀମନ୍ଦିରରେ ଜାନୁଆରୀ ୧ରୁ ପାନ, ଗୁଟଖା ବ୍ୟାନବାଂଶପାଳ(ବଡ଼ ଖବର ବ୍ୟୁରୋ): ଆଦିବାସୀ ଛାତ୍ରୀଙ୍କୁ ଅସଦାଚରଣ କରିବା ସହ ଗୋଡ଼ାଇ ଗୋଡ଼ାଇ ହଷ୍ଟେଲ ରୋଷେୟା ପିଟିଥିବା ଅଭିଯୋଗ । କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ଗୋନାସିକା ପଞ୍ଚାୟତ ଯନ୍ତାରି ଉଚ୍ଚବିଦ୍ୟାଳୟରେ ଥିବା ହଷ୍ଟେଲରେ ଜଣେ ତୃତୀୟ ଶ୍ରେଣୀରେ ପଢ଼ୁଥିବା ଛାତ୍ରୀଙ୍କୁ ହଷ୍ଟେଲର ରୋଷେୟା ଅସଦାଚରଣ କରିବା ସହିତ ମାଡମାରିଥିବାର ପରି ଘଟଣା ଘଟିଥିବା ଅଭିଯୋଗ ହୋଇଛି । ଯନ୍ତାରି ଉଚ୍ଚ ବିଦ୍ୟାଳୟରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ୟ୍ୟନ୍ତ ରହିଛି । ଉଚ୍ଚ ବିଦ୍ୟାଳୟ ପରିସରରେ ପ୍ରଥମରୁ ସପ୍ତମ ଶ୍ରେଣୀ ପର୍ୟ୍ୟନ୍ତ ପଢ଼ୁଥିବା ଆଦିବାସୀ ଛାତ୍ର ଛାତ୍ରୀଙ୍କ ପାଇଁ ଏକ ଆବାସିକ ହଷ୍ଟେଲ ରହିଛି । ସେଠି ୧୪ଜଣ ଆଦିବାସୀ ବାଳିକା ଓ ୨୬ଜଣ ବାଳକ ରହି ପାଠ ପଢ଼ନ୍ତି ।ହଷ୍ଟେଲର ରୋଷେୟା ଭଗବାନ ବେହେରା ମଦ ପିଇ ସବୁ ଦିନ ହଷ୍ଟେଲକୁ ଆସିଥାଏ । ମଦ ନିଶାରେ ଭଗବାନ ଜଣେ ତୃତୀୟ ଶ୍ରେଣୀ ଛାତ୍ରୀ କୁ ଡାକି ଅସଦାଚରଣ କରିବାକୁ ଚେଷ୍ଟା କରିଥିଲେ । ଅସଦାଚରଣକୁ ଛାତ୍ରୀ ଜଣକ ପ୍ରତିବାଦ କରିବାରୁ ତାକୁ ମାଡ଼ମାରୀ ଗେଟ ବାହାରକୁ ବାହାର କରିବା ବେଳେ ଅନ୍ୟଛାତ୍ର ଛାତ୍ରୀ ନାବାଳିକା ଛାତ୍ରୀଙ୍କୁ ଭଗବାନ କବଳରୁ ଉଦ୍ଧାର କରିଥିଲେ । ଛାତ୍ରୀ ଜଣକ ହଷ୍ଟେଲ ଗାଧୁଆଘରେ ଲୁଚିଥିଲେ । ତେବେ ହଷ୍ଟେଲରେ ପାଟି ତୁଣ୍ଡ ଶୁଣି କିଛି ଗ୍ରାମବାସୀ ପହଂଚିବାରୁ ମଦୁଆ ରୋଷେୟା ସେଠାରୁ ଫେରାର ହୋଇଯାଇଥିଲେ । ଏ ବିଷୟରେ ବ୍ଲକ ଶିକ୍ଷାଅଧିକାରୀଙ୍କୁ ପଚାରିବାରୁ ଅଧିକାରୀ କହିଛନ୍ତି ଦୋଷୀଙ୍କ ବିରୋଧରେ ଉଚିତ କାର୍ୟ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ।
Share this:
Share on X (Opens in new window)
X
Share on Facebook (Opens in new window)
Facebook
Like
Loading…
November 14, 2023
new odia odisha
Leave a comment
Cancel reply
Δ
Privacy & Cookies: This site uses cookies. By continuing to use this website, you agree to their use.
To find out more, including how to control cookies, see here:
Cookie Policy
Comment
Reblog
Subscribe
Subscribed
News odia odisha
Sign me up
Already have a WordPress.com account?
Log in now.
News odia odisha
Subscribe
Subscribed
Sign up
Log in
Copy shortlink
Report this content
View post in Reader
Manage subscriptions
Collapse this bar
%d
Design a site like this with WordPress.com
Get started
Leave a comment