
ଭୀମଭୋଇ ଭିନ୍ନକ୍ଷମ ଅଭିଯାନ ଶିବିର ଆସନ୍ତା ତା 28/11/2023 ପଞ୍ଚାୟତ ସମିତି କାଯ୍ୟଳୟ ଗଁଦିଆ ଠାରେ ସକାଳ ୯ ଘଟିକା ଠାରୁ ଅନୁଷ୍ଠିତ ହେବ ।
ଉକ୍ତ ଶିବିରରେ ବିଭିନ୍ନ ବିଭାଗର ବିଶେଷଜ୍ଞ ଡାକ୍ତରମାନେ ଯୋଗ ଦେବେ । ଆପଣମାନେ ଆପଣଙ୍କ ପଞ୍ଚାୟତରେ ଥିବା ଦିବ୍ୟାଙ୍ଗ, ଯେଉଁମାନେ UDID ପ୍ରମାଣପତ୍ର ପାଇନାହାନ୍ତି ସେମାନେ ନିକଟସ୍ଥ ଜନସେବା କେନ୍ଦ୍ରରେ UDID ପ୍ରମାଣପତ୍ର ପାଇଁ ଅନଲାଇନ ଆବେଦନ କରି ଦରଖାସ୍ତର ଦୁଇ ଗୋଟି ନକଲ ସହିତ ଆଧାର କାର୍ଡ ଏବଂ ୩ “×୨” ର ଫୁଲ ସାଇଜ୍ ଫଟୋ ଧରି ଉକ୍ତ ଶିବିର ରେ ଯୋଗ ଦେବେ ।
ଏତଦ୍ ବ୍ୟତୀତ ଯେଉଁ ଦିବ୍ୟାଙ୍ଗ ମାନଙ୍କ ପାଖ ରେ ପୂର୍ବରୁ ହାତ ଲେଖା ସାର୍ଟିଫିକେଟ ଅଛି ସେମାନେ ଉକ୍ତ ସାର୍ଟିଫିକେଟର ନକଲ ସହିତ ଅନଲାଇନ୍ ଆବେଦନ ପତ୍ର , ଆଧାର କାର୍ଡ ଏବଂ ୩”×୨” ର ଫୁଲ୍ ସାଇଜ ଫଟୋ ଆଦି ଆଣି ଉକ୍ତ ଶିବିର ରେ ଯୋଗ ଦେବା ପାଇଁ ପରାମର୍ଶ ଦେବେ ।
ଏଥିସହ ଏହି ଶିବିର ରେ ସରକାରଙ୍କ ଦ୍ଵାରା ଦିବ୍ୟାଙ୍ଗ ମାନଙ୍କ ନିମନ୍ତେ ବିଭିନ୍ନ ଯୋଜନାରେ ଯଥା ଟ୍ରେନ ପାସ, ବସ ପାସ, ଦିବ୍ୟାଙ୍ଗ ଭତ୍ତା DRI ଋଣ ବିଭିନ୍ନ ବିଭାଗରେ ଦକ୍ଷତା ବୃଦ୍ଧି ଟ୍ରେନିଂ ଇତ୍ୟାଦି ପାଇଁ ସେମାନେ ଅବେଦନ କରି ପାରିବେ
Leave a comment