
ସର୍ବସାଧାରଣ ରେ ସ୍ୱୀକୃତି ମିଳିଲା ଆମ ଇତିହାସ ପୁରୁଷ ଶବର ରାଜା ଢେଙ୍କା ଙ୍କୁ |
ଢେଙ୍କାନାଳ ଜିଲ୍ଲାର ଜଣାଶୁଣା ଯନ୍ତ୍ରୀ ମିଷ୍ଟଭାଷୀ ଐତିହ୍ୟ, ସଂସ୍କୃତି ପ୍ରେମୀ ସମ୍ମାନନୀୟ ବାବୁ ଭାଇ @ବାବୁଚାନ୍ଦ ମହାଳିକ ଢେଙ୍କାନାଳ ସହର ସ୍ଥିତ ଦକ୍ଷିଣକାଳୀ ଅଞ୍ଚଳରେ ଲୋକାର୍ପଣ କରିଛନ୍ତି ଏକ ଭବ୍ୟ ମଣ୍ଡପକୁ ଆଜି ତା 23.11.2023ରେ |
ନାଁ ଦେଇଛନ୍ତି #ଢେଙ୍କାନିଳୟମ |
ଧନ୍ୟବାଦ ବାବୁ ଭାଇ |ଆପଣ ଜଣେ ଉଚ୍ଚ ଶିକ୍ଷିତ ଏବଂ ପ୍ରତିଷ୍ଠିତ ବ୍ୟକ୍ତି,ଆପଣଙ୍କ ପିଲାମାନେ ଉଚ୍ଚ ପଦ ପଦବୀରେ ଅଧିଷ୍ଠିତା ଅତଏବ ଆପଣ ଚାହିଁଥିଲେ ଆପଣଙ୍କ ଉକ୍ତ ମଣ୍ଡପ ଟିର ନାଁ ଇଂରାଜୀରେ ଦେଇପାରିଥାନ୍ତେ କିମ୍ବା ଓଡ଼ିଆ ଭାଷାର ଅନ୍ୟ କେଉଁ ଶବ୍ଦରେ ଦେଇପାରିଥାନ୍ତେ କିନ୍ତୁ ଆପଣ ମଣ୍ଡପ ଟିର ନାଁ ଦେଲେ #ଢେଙ୍କାନିଳୟମ |
ଏକ ଚମତ୍କାର ନାଁ ଦେଲେ |ଢେଙ୍କା ଙ୍କ ନାମରେ ଏହି ପ୍ରତିଷ୍ଠାନ ହେଉଛି ସାରା ବିଶ୍ୱରେ ପ୍ରଥମ |
ଏହି ପ୍ରତିଷ୍ଠାନ ପାଇଁ ଆମ ଜିଲ୍ଲା ଢେଙ୍କାନାଳ ନିଶ୍ଚୟ ଗର୍ବିତ ଏବଂ ଗୌରବାନ୍ବିତ |
ଢେଙ୍କାନାଳ ଥିଙ୍କର୍ସ ଫୋରମ ତରଫରୁ ଆପଣଙ୍କୁ, ଆପଣଙ୍କ ପରିବାର ବର୍ଗ ଙ୍କୁ ଏବଂ ଆପଣଙ୍କର ଭାବନା କୁ ସମ୍ମାନ ଜଣାଉଛୁ 🙏
Leave a comment