କାର୍ତ୍ତିକ ମାସର ଶେଷ ପାଞ୍ଚ ଦିନରେ କଣ ପାଇଁ ମୁରୁଜ ପଡିଥାଏ ଜାଣନ୍ତୁ ଏହା ପଛ ର ପୌରାଣିକ ରହସ୍ୟ

କାର୍ତ୍ତିକ ମାସର ଶେଷ ପାଞ୍ଚଦିନରେ କଣ ପାଇଁ ମୁରୁଜ ପଡିଥାଏ ଜାଣନ୍ତୁ ଏହା ପଛର ପୌରାଣିକ ରହସ୍ଯ
**********************************

ଭାରତୀୟ ପୁରାଣରେ ଉଲ୍ଲେଖ ରହିଛି ଯେ କାର୍ତ୍ତିକ ମାସ ଅତି ପବିତ୍ର ମାସ I କୁମାର ପୂର୍ଣିମା ପରଦିନ ପ୍ରତିପଦା ତିଥୁରୁ କାର୍ତ୍ତିକମାସ ଆରମ୍ଭ ହୋଇ ରାସ ପୂର୍ଣ୍ଣିମା ବା କାର୍ତ୍ତିକ ପୂର୍ଣ୍ଣିମାରେ ଶେଷ ହୋଇଥାଏ। କାର୍ତ୍ତିକ ମାସ ସାରା ଦେବ ମନ୍ଦିର ଇତ୍ୟାଦିରେ ଦୀପଦାନ ଭଗବାନଙ୍କ ଉଦ୍ଧେଶ୍ୟରେ କରାଯାଇଥାଏ । ଏହା ଦ୍ବାରା ଅକାଳ ମୃତ୍ୟୁ ହୋଇନଥାଏ। ଶୁକ୍ଳ ଦଶମୀ ତିଥ୍ୟାଠାରୁ ଶ୍ରୀକୃଷ୍ଣଙ୍କ ଶରତ ରାସ ଯାତ୍ରା ଆରମ୍ଭ ହୋଇଥାଏ। ପୂର୍ଣ୍ଣିମା ଦିନ ରାସ ଉତ୍ସବ ଉଦଯାପନ ହୋଇଥାଏ।

ବଡ ଏକାଦଶୀ ଠାରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ ପାଞ୍ଚଦିନ ପଡେ ଭିଷ୍ମ ପଞ୍ଚକ । ଏହାର ଅନ୍ୟ ନାମ ବକ ପଞ୍ଚକ । କୁହାଯାଏ ପଞ୍ଚକ ପାଞ୍ଚ ଦିନ ଯାକ ବକ ମଧ୍ୟ ମାଛ ଖାଇନଥାଏ। ଚତୁଃମାସ୍ୟ ବ୍ରତ ସମାପ୍ତ ହେଉଥ‌ିବା ଯୋଗୁଁ ଏହାକୁ ଚତୁଃମାସ୍ୟ ପଞ୍ଚକ ବୋଲି କୁହାଯାଇ ଥାଏ। ଚତୁର୍ଦ୍ଦଶୀ ଦିନ ଶିବ ଉତଥାନ ଯାତ୍ରା ଓ ବଡ ଓଷା ଅନୁଷ୍ଠିତ ହୋଇଥାଏ। ପୂର୍ଣ୍ଣିମା ଦିନ ପ୍ରଭାତରୁ ପୁରପଲ୍ଲୀରେ ନଦୀ ପୋଖରୀରେ ଡଙ୍ଗା ଭସା ଉତ୍ସବ ପାଳନ କରାଯାଏ।

ଶେଷ ପାଞ୍ଚଦିନରେ ମୁରୁଜ ପଡିବାର ପୌରାଣିକ ରହସ୍ୟ- ବୃନ୍ଦାବତୀ ଦାନବ ରାଜ ଜଳକନ୍ଦର ଅତ୍ୟାଚାରରେ ତିନିଲୋକ ହାହାକାର କରୁଥିଲେ। ଜଳକନ୍ଧରଙ୍କୁ ଅମର ବର ମିଳିନଥୁଲେ ବି ପତ୍ନୀଙ୍କ ସତୀତ୍ୟ ନଷ୍ଟ ହେଲେ ଯାଇ ତାଙ୍କର ମୃତ୍ୟୁ ହେବ ବୋଲି ବର ମିଳିଥିଲା। ତେବେ ପତ୍ନୀ ମହାସତୀ ହୋଇଥିବାରୁ ନିଜକୁ ଅମର ଭାବୁଥୁଲା ଜଳକନ୍ଧର । ଶେଷରେ ତାଙ୍କୁ ମାରିବା ପାଇଁ ଶ୍ରୀକୃଷ୍ଣ ନିଜେ ଜଳକନ୍ଧର ବେଶରେ ଆସି ବୃନ୍ଦାବତୀଙ୍କ ସତୀତ୍ୟ ହରଣ କରିଥିଲେ।

ସଂଗୃହିତ-ସାମାଜିକ ଗଣମାଧ୍ୟମ

Leave a comment

Design a site like this with WordPress.com
Get started