ଢେଙ୍କାନାଳ ପୌରପାଳିକା ର ମହାଦୃନୀତି

ଢେ଼ଙ୍କାନାଳ ପୌର ପଳିକା ର ଏହି “ମହା ଦୁର୍ନୀତି” ବିଷୟରେ ଗତ କିଛିଦିନ ଧରି ବିଭିନ୍ନ ସମ୍ବାଦ ପତ୍ର ରେ ଖବର ବାହାରି ଆସୁଛି । ଢେ଼ଙ୍କାନାଳ ର ଜନ ସାଧାରଣ ଗତ ପୌରପାଳିକା ନିର୍ବାଚନ ରେ ଶାସକ ଦଳ ର ଅଧ୍ୟକ୍ଷା ପ୍ରାର୍ଥୀ ଙ୍କୁ ପ୍ରତ୍ୟାଖ୍ୟାନ କରି ଭାରତୀୟ ଜନତା ପାର୍ଟି କୁ ବହୁମତ ଦେଇଛନ୍ତି । ଏହି ଦୁର୍ନୀତି ର ଭିଜିଲାନ୍ସ ତଦନ୍ତ ହେବାର ଆବଶ୍ୟକତା ଦେଖା ଦେଇଛି । ମୁଁ ନିଶ୍ଚିତ ଭାବରେ ଆଶା କରିବି ଢେ଼ଙ୍କାନାଳ ପୌରପାଳିକା ର ନଗର ପାଳ ରାଜ୍ୟ ଭିଜିଲାନ୍ସ କୁ ଏହାର ତଦନ୍ତ କରି ପୌରପାଳିକା ର ସ୍ବଚ୍ଛତା କୁ ପ୍ରମାଣିତ କରିବା ଦରକାର। ସରକାରୀ ଦଳ ର କିଛି କାଉନସିଲର ମଧ୍ୟ ସାମାଜିକ ଗଣ ମାଧ୍ୟମ ରେ ଏହି ଦୁର୍ନୀତି କୁ ସମର୍ଥନ କରି ନାହାନ୍ତି । ତେଣୁ ମୁଁ ଏହାର ଦୃଢ ନିନ୍ଦା କରିବା ସଙ୍ଗେ ସଙ୍ଗେ ଏହାର ଭିଜିଲାନ୍ସ ତଦନ୍ତ ଦାବି କରୁଛି ।

Leave a comment

Design a site like this with WordPress.com
Get started