ଡିସିସି ପ୍ଲେ ସ୍କୁଲ ର ବାର୍ଷିକ ଉତ୍ସବ ପାଳନ ଢେଙ୍କାନାଳ ସଚେତନ ନାଗରିକ ଫୋରମ ଅlନୁକୂଲ୍ୟ ରେ ବାର୍ଷିକ ଉତ୍ସବ

ଡ଼ି.ସି.ସି ପ୍ଲେ ସ୍କୁଲ ର ବାର୍ଷିକ ଉତ୍ସବ ପାଳନ
ଢେଙ୍କାନାଳ ସଚେତନ ନାଗରିକ ଫୋରମ୍ ଆନୁକୁଲ୍ୟରେ ଗଢ଼ି ଉଠିଥିବା ଡ଼ି. ସି.ସି ପ୍ଲେ ସ୍କୁଲ ର ବାର୍ଷିକ ଉତ୍ସବ ସ୍କୁଲ ର ସଭାପତି ବରିଷ୍ଠ ଆଇନ୍ ଜିବୀ ଦିପ୍ତିଶ ପ୍ରସାଦ ପଟ୍ଟନାୟଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଅଛି । ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ମାନନୀୟ ଢେଙ୍କାନାଳ ସାଂସଦ ଶ୍ରୀଯୁକ୍ତ ମହେଶ ସାହୁ ମହୋଦୟ କହିଲେ ସାମ୍ନାରେ ବସିଥିବା ପିଲାମାନେ ଆମ ଦେଶର ଭବିଷ୍ୟତ ହୋଇ ଥିବାରୁ ସେମାନଙ୍କୁ ସଠିକ୍ ଭାବରେ ଗଢ଼ି ତୋଳିବା ଆମ ସମସ୍ତଙ୍କର କର୍ତ୍ତବ୍ୟ ଅଟେ । ଅନ୍ୟତମ ଅତିଥିରୂପେ ଯୋଗ ଦେଇ ଢେଙ୍କାନାଳ ଆରକ୍ଷ ଅଧୀକ୍ଷକ ଶ୍ରୀଯୁକ୍ତ ଜ୍ଞାନରଞ୍ଜନ ମହାପାତ୍ର ମହୋଦୟ କହିଲେ ଯେ ଆଜିର ପରିବେଶ ମତେ ମୋ ଯୁବାବସ୍ଥାର ଶିକ୍ଷକତା କାର୍ଯ୍ୟକୁ ମନେ ପକାଇ ଦେଇଛି ଏବଂ ସେଠାରେ ଉପସ୍ଥିତ ଛାତ୍ରଛାତ୍ରୀ, ଶିକ୍ଷୟିତ୍ରୀ ଏବଂ ଅଭିଭାବକ ମାନଙ୍କୁ ପ୍ରୋତ୍ସହନ ଦେଇ କହିଥିଲେ ଯେ ଏହି ପିଲାମାନେ ଦେଶର ଭବିଷ୍ୟତ ଏଵଂ ଏମାନେ ମଧ୍ୟ ଭବିଷ୍ୟତରେ ତାଙ୍କ ମାନଙ୍କ ପରି ସାମ୍ନା ଚେୟାର୍ ରେ ଆତିଥ୍ୟ ଗ୍ରହଣ କରିବା ଯୋଗ୍ୟ ହୁଅନ୍ତୁ । ଫୋରମ୍ ର ସମ୍ପାଦକ ଭରତ କୁମାର ଦାସ ଶିକ୍ଷା ସମାଜର ମୁଖ୍ୟ ଅଙ୍ଗ ହୋଇଥିବାରୁ ଏବଂ ଇଂରାଜୀ ଶିକ୍ଷା ବିକ୍ରି ହେଉଥିବା ସମୟରେ ଢେଙ୍କାନାଳ ର ଆଗାମୀ ପିଢ଼ି କିପରି ସୁବିଧାରେ ଇଂରାଜୀ ପଢିପାରିବେ ସେଥିପାଇଁ ଏହି ବିଦ୍ୟାଳୟ ଗଢା ହୋଇଥିବା କହିଲେ । ଏହି ବିଦ୍ୟାଳୟରେ ବିନା ଶୁକ୍ଳରେ ଆଡମିସନ୍ ହେଉଥିଲା ବେଳେ ମାସିକ ଫିସ୍ ମାତ୍ର ୫୦୦ ଟଙ୍କା ଥିବା ଉଲ୍ଲେଖ କରିଥିଲେ । ଫୋରମର ସଭାପତି ପୂର୍ବତନ ନଗରପାଳ ସୁରେନ୍ଦ୍ର କୁମାର ମିଶ୍ର, ପୂର୍ବତନ ସି. ଵି. ଆଇ ଜର୍ଜ ଭିକାରୀ ଚରଣ ରାଉତ, ମହିଳା ସଭାନେତ୍ରୀ ପ୍ରଭାତୀ ମହାପାତ୍ର ଆଦିଙ୍କ ସହ ଫୋରମର ଟାଉନ୍ ଶାଖାର ସମସ୍ତ କାର୍ଯ୍ୟକର୍ତ୍ତା, କମିଟିର ସଦସ୍ୟବୃନ୍ଦ ଉପସ୍ଥିତ ଥିଲେ l କାର୍ଯ୍ୟକ୍ରମ ପ୍ରାରମ୍ଭରେ ବନ୍ଦେ ଉତ୍କଳ ଜନନୀ ଗାନ କରାଯିବା ପରେ ପିଲାମାନେ ଅନ୍ୟାନ୍ୟ ଗୀତର ତାଳେ ତାଳେ ନୃତ୍ୟ ପରିବେଷଣ କରିଥିଲେ l ତତ୍ପଶ୍ଚାତ୍ ସମସ୍ତ ପିଲାଙ୍କୁ ସିଲ୍, ସ୍କେଚ୍ ପେନ୍, ଡ୍ରଇଂ ଖାତା ଏବଂ ଚକୋଲାଟେ ଆଦି ଦେଇ ସମ୍ମାନିତ କରାଯାଇଥିବା ସ୍ଥଳେ ବିଦ୍ୟାଳୟର ଶିକ୍ଷୟତ୍ରୀ ଏବଂ ଶିକ୍ଷାବିଭାଗ ପ୍ରମୁଖଙ୍କୁ କପ୍ ଦେଇ ସମ୍ମାନିତ କରାଯାଇଥିଲା l ବିଦ୍ୟାଳୟର ସମ୍ପାଦକ ଆଇନଜୀବୀ ଗୁପ୍ତେଶ୍ୱର ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିବା ସ୍ଥଳେ ଶିକ୍ଷାବିଭାଗ ପ୍ରମୁଖ ରୁଦ୍ର ମାଧବ ହୋତା ଧନ୍ୟବାଦ ଦେଇ କାର୍ଯ୍ୟକ୍ରମ ସମାପନ କରିଥିଲେ l

Leave a comment

Design a site like this with WordPress.com
Get started