ଆତ୍ମହତ୍ୟା କଲେ ଯୁବକ ! ଟ୍ରେନ୍‌ ଧକ୍କାରେ ଚାଲିଗଲା ଜୀବନ

ଭୁବନ ୦୫।୧୨ : ଢେଙ୍କାନାଳ ଜିଲ୍ଲା ଭୁବନ ରୋଡ ରେଳ ଷ୍ଟେସନରେ ଦୁର୍ଘଟଣା । ଟ୍ରେନ୍‌ ଧକ୍କାରେ ଚାଲିଗଲା ଜଣେ ଯୁବକଙ୍କ ଜୀବନ। ମୃତ ଯୁବକ ଜଣଙ୍କ କୁନିନ୍ଦା ଗାଁର ବ୍ରହ୍ମାନନ୍ଦ କଲୋନିରେ ରବି ଦେହୁରୀ ବୋଲି ଜଣାପଡିଛି ।ଖବର ଅନୁଯାୟୀ, ମଙ୍ଗଳବାର ଦିନ ସକାଳ ସମୟରେ ଭୁବନ ରୋଡ ରେଳ ଷ୍ଟେସନ ନିକଟରେ ଏକ ଟ୍ରେନ୍‌ ଧକ୍କାରେ ଯୁବକଙ୍କ ମୃତ୍ୟୁ ହୋଇଛି । ଯୁବକ ଜଣଙ୍କ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ତେବେ ଦୁର୍ଘଟଣା ସଂପର୍କରେ ଖବର ପରିବାର ଲୋକେ ମୃତଦେହକୁ ଶ୍ମଶାନକୁ ନେବା ସମୟରେ ପହଞ୍ଚିଥିଲା ଭୁବନ ପୋଲିସ । ଆଉ ଯୁବକଙ୍କ ଶବକୁ ଜବତ କରିଛି ଭୁବନ ପୋଲିସ । ଘଟଣାସ୍ଥଳରୁ ଭୁବନ ପୋଲିସ ତଦନ୍ତ ଆରମ୍ଭ କରିଛି

Leave a comment

Design a site like this with WordPress.com
Get started