ଝିପି ଝିପି ବର୍ଷା ରେ ନଷ୍ଟ ହେବାକୁ ବସିଛି ସୁନାର ଫସଲ ଗଁଦିଆ ବ୍ଲକର ବିଭିର୍ନ ପଞ୍ଚାୟତ ରେ ଫସଲ ନଷ୍ଟ

ଢେଙ୍କାନାଳ ରେ ମିଗଜୋମ ‘ବାତ୍ୟା ପ୍ରଭାବ ରେ ଢେଙ୍କାନାଳ ର ବିଭିନ୍ନ ସ୍ଥାନରେ ଝିପି ଝିପି ଲଗାଣ ବର୍ଷା ସାଙ୍ଗକୁ କୋହଲା ପାଗ ଅନୁଭୂତ ହୋଇଛି |ଯା ଫଳରେ ଗଁଦିଆ ବ୍ଲକ ଯୋରନ୍ଦା ପଞ୍ଚାୟତ ର ହେକ୍ଟରହେକ୍ଟର ଖରିଫ ଧାନ ଚାଷ କ୍ଷତିଗ୍ରସ୍ତ ହେବାକୁ ବସିଲାଣି | ବର୍ତ୍ତମାନ ଗଁଦିଆ ବ୍ଲକ ରେ ମାତ୍ର 40 ଭାଗ ଧାନ କଟା ଯାଇଥିବା ବେଳେ ପ୍ରାୟ 60 ଭାଗ ଧାନ ଫସଲ ଏବେବି ଖେତ ରେ ପଡି ରହିଛି | ବର୍ଷା କୁ ଆଖି ଆଗରେ ରଖି କେତକ ଚାଷୀ ଧାନ ଫସଲ ତରବରିଆ ଭାବେ କାଟି ବିଲ ହୁଡ଼ା ରେ ରଖିଥିବା ବେଳେ ତୁହାକୁ ତୁହା ଝିପି ଝିପି ବର୍ଷା ରେ ବୁଡିବାକୁ ବସିଲାଣି | ସେହିପରି ବହୁ ପରିମାଣ ଧାନ ଫସଲ ରେ କେଣ୍ଡା ସବୁ ବର୍ଷା ପାଣି ମାଡ଼ ରେ ଧାନ ଗଛ ସବୁ ପାଣି ରେ ପଡ଼ିଗଲାଣି |ତେଣୁ ଧାନ ଆଦାୟ କରିବା ନେଇ ଚାଷୀଙ୍କ ମହଲରେ ଆଶଙ୍କା ଦେଖା ଦେଲାଣି |

Leave a comment

Design a site like this with WordPress.com
Get started