
ଢେଙ୍କାନାଳ ସଦର ବ୍ଲକ ଅନ୍ତର୍ଗତ ମଧୁସାହୁ ପାଟଣା ଗ୍ରାମପଞ୍ଚାୟତ ଅଧିନସ୍ଥ ଦେବେନ୍ଦ୍ର ଶତପଥୀ ସ୍ମାରକୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ଆଜି ନୂଆ ଓଡିଶା, ଯୁବ ଓଡିଶା, ନବୀନ ଓଡିଶା କାର୍ଯ୍ୟକ୍ରମ ର ନିଶା ନିବାରଣ ଓ ଯୌତୁକ ବିରୋଧୀ ସଚେତନତା ରାଲି କୋଇଲିପଙ୍ଗି ଠାରୁ ଆରମ୍ଭ କରି ଭାପୁର ଛକ ଠାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଉକ୍ତ ବୈଠକରେ ଭାପୁର କ୍ଲଷ୍ଟର ସି ଆର ସି ଶ୍ରୀଯୁକ୍ତ ନୃସିଂହ ପତି ଯୋଗଦେଇ ଯୌତୁକ ବିରୋଧୀ ତଥା ନିଶାପାନ ବିଷୟ ରେ ନିଜର ବକ୍ତବ୍ଯ ରଖିଥିଲେ।
ଛାତ୍ରଛାତ୍ରୀ ମାନେ ମନୋରଞ୍ଜନ କାର୍ଯ୍ୟକ୍ରମ ମାଧ୍ୟମରେ ସଚେତନତା ସୃଷ୍ଟି କରିଥିଲେ। ଅଧ୍ଧକ୍ଷ ଚନ୍ଦ୍ରଶେଖର ପଣ୍ଡା ସଭାପତିତ୍ବ କରିଥିବା ବେଳେ ନୋଡାଲ ଅଫିସର ମୋନାଲି ରାଉତରାୟ ମଂଚ ପରିଚାଳନା କରିଥିଲେ। ପ୍ରତେକ ବିଭାଗ ର କୋଅଡିନେଟର ସହଯୋଗ କରିଥିଲେ।
#dhenkanalupdate
Leave a comment