ବିକାଶ ବିରୋଧୀଙ୍କୁ ଫୁଣି ତେରେଚ୍ଛା

ଢେଙ୍କାନାଳ : ବିକାଶ ବିରୋଧୀଙ୍କୁ ପୁଣି ତେରଚ୍ଛା ତୀର ମାରିଲେ ଫାଇଭ-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ଯୋରନ୍ଦା ମହିମାପୀଠର ରୂପାନ୍ତରଣ ପାଇଁ ଆୟୋଜିତ ଭୂମିପୂଜନ ଉତ୍ସବରେ ଓଡ଼ିଶାର ବିକାଶକୁ ବିରୋଧ କରୁଥିବା ବ୍ୟକ୍ତିଙ୍କୁ ସମାଲୋଚନା କରିଛନ୍ତି କାର୍ତ୍ତିକ ପାଣ୍ଡିଆନ। ପାଣ୍ଡିଆନ କହିଛନ୍ତି, ବହୁତ ଲୋକ ଅଛନ୍ତି ଶ୍ରେୟ ନେବାକୁ କାମ କରନ୍ତି ।ଅନ୍ୟ ଲୋକ ଯେପରି ଶ୍ରେୟ ପାଇପାରିବେନି, ସେଥିପାଇଁ କାମ ବନ୍ଦ କରିବାକୁ କିଛି ଲୋକ ଚେଷ୍ଟା କରନ୍ତି। ଓଡ଼ିଶାବାସୀ ସେମାନଙ୍କୁ ଠିକ ଚିହ୍ନି ପାରିବେ। ଦୁନିଆରେ ବହୁତ କମ୍‌ ଲୋକ ଅଛନ୍ତି, ଯେଉଁମାନେ ଶ୍ରେୟ ନେବା ପାଇଁ ନୁହେଁ, ବରଂ ସେବା ମନୋଭାବ ନେଇ କାମ କରନ୍ତି। ସେହି ବହୁତ କମ ଲୋକଙ୍କ ମଧ୍ୟରେ ଜଣେ ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମେ ୨୯ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ମହିମାଗାଦିର ଉନ୍ନତିକରଣ ପାଇଁ ଅନୁଧ୍ୟାନ କରାଯାଇଥିଲା। ପରେ ୩ ଥର ମହିମା ସାଧୁମାନେ ଭୁବନେଶ୍ବର ଆସି ବିଭିନ୍ନ ପ୍ରସ୍ତାବ ଦେଇଥିଲେ। ସାଧୁମାନଙ୍କ ଇଚ୍ଛାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହିମାଗାଦିର ରୂପାନ୍ତରଣର ପାଇଁ ପ୍ରାୟ ୧୬୦ କୋଟି ଟଙ୍କା ଅନୁମୋଦନ କରିଛନ୍ତି। ପ୍ରକଳ୍ପର ଅଟକଳ ୧୧୨ କୋଟି ରହିଥିବାବେଳେ ଅନ୍ୟାନ୍ୟ ଖର୍ଚ୍ଚ ମିଶି ୧୬୦ କୋଟି ଟଙ୍କା ହେବ।
ଆହୁରୀ ମଧ୍ୟ କହିଛନ୍ତି, କିଛି ଲୋକ ବିକାଶ କାମକୁ ବିରୋଧ କରି ଏହି କାମ କରାଇ ନଦେବାକୁ ଚେଷ୍ଟା କରିଥିଲେ। ଏତେ ଖର୍ଚ୍ଚ କରି ବିକାଶ ନକରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ମଧ୍ୟ ଲେଖିଥିଲେ। ହେଲେ ଓଡ଼ିଶା ମାଟିରେ ଜନ୍ମ ନେଇ ଦୁନିଆକୁ ସ୍ବଚ୍ଛତା, ସରଳତା, ସମାନତା ଏବଂ ନିଃସ୍ବାର୍ଥପରତାର ବାର୍ତ୍ତା ଦେଇଥିବା ମହିମା ଗୋସାଇଁଙ୍କ ଧର୍ମକୁ ଆଗେଇ ନେବାକୁ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେଇଥିଲେ। ଏହାକୁ ଲକ୍ଷ୍ୟରେ ରଖି ଯୋରନ୍ଦା ମହିମା ଗାଦି ସହ ସାରା ରାଜ୍ୟରେ ରହିଥିବା ୮୧ଟି ମହିମା ମନ୍ଦିରର ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀ ଅର୍ଥ ମଞ୍ଜୁର କରିଛନ୍ତି। ମହିମା ମନ୍ଦିରର ରୂପାନ୍ତରଣକୁ ପ୍ରାଥମିକତା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସବୁ ଜାଗାରେ ଥିବା ମହିମା ମନ୍ଦିରର ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ସ୍ବଚ୍ଛତା, ସରଳତା, ସମାନତା ଏବଂ ନିଃସ୍ବାର୍ଥପର ସେବାର ପ୍ରତୀକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୋଲି କାର୍ତ୍ତିକ ପାଣ୍ଡିଆନ କହିଛନ୍ତି ।

Leave a comment

Design a site like this with WordPress.com
Get started