ବଢ଼ୁଛି କରୋନା, ସତର୍କ ରହିବାକୁ ସ୍ୱାସ୍ଥ୍ୟ ବିଭାଗର ନିର୍ଦ୍ଦେଶ

(ନିଉଜ ଓଡ଼ିଆ ଓଡିଶା ବ୍ୟୁରେ ରିପୋର୍ଟ )କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଛି। ତେଣୁ ସତର୍କ ରହିବାକୁ ରାଜ୍ୟର ସମସ୍ତ ମେଡିକାଲ କଲେଜ ଓ ହସ୍ପିଟାଲକୁ ଚିଠି ଲେଖିଛି ସ୍ୱାସ୍ଥ୍ୟ ବିଭାଗ। ଆକ୍ରାନ୍ତଙ୍କ ଉପରେ ନଜର ରଖିବାକୁ ଓ ଅକ୍ସିଜେନଯୁକ୍ତ ବେଡ୍‌ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ପଜିଟିଭ ଚିହ୍ନଟ ହେଲେ ଘରୋଇ ସଙ୍ଗରୋଧରେ ରହିବାକୁ ପରାମର୍ଶ ଦିଆଯାଇଛି।ଟେଷ୍ଟ କିଟ୍‌ ଓ ଆବଶ୍ୟକୀୟ ଔଷଧ ମହଜୁଦ ରଖିବାକୁ ଚିଠିରେ କୁହାଯାଇଛି। ଟେଷ୍ଟିଂ କିମ୍ବା ଚିକିତ୍ସା ସୁବିଧା ନଥିବା ନେଇ ଯେପରି ଅଭିଯୋଗ ନଆସେ, ସେଥିପ୍ରତି ଯତ୍ନବାନ ହେବାକୁ ପରାମର୍ଶ ଦେଇଛି ସ୍ୱାସ୍ତ୍ୟ ବିଭାଗ।

ଧୀରେ ଧୀରେ ପାଦ ବଢ଼ାଉଛି କରୋନା। ପ୍ରତିଦିନ ଆକ୍ରାନ୍ତଙ୍କ ସଂଖ୍ୟାବଢ଼ି ଚାଲିଛି। ଆଜି ରାଜ୍ୟରେ ୫ ଜଣ ମହାମାରୀ କୋଭିଡ୍‌ରେ ଆକ୍ରାନ୍ତ ହୋଇଛନ୍ତି। ସେମାନେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି। ସୁରକ୍ଷା ଦୃଷ୍ଟିର ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ଯେଉଁମାନଙ୍କୁ ଥଣ୍ଡା କାଶ ହେଉଛି, ସେମାନଙ୍କୁ ଗହଳିପୂର୍ଣ୍ଣ ସ୍ଥାନକୁ ନଯିବା ପାଇଁ କୁହାଯାଉଛି। ନିୟମିତ ମାକ୍ସ ପିନ୍ଧିବାକୁ ପରାମର୍ଶ ଦିଆଯାଇଛି।

ସେପଟେ ଦେଶରେ ମଧ୍ୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଛି। ପ୍ରତିଦିନ ଶହଶହ ଲୋକ ମହାମାରୀ କରୋନାରେ ଆକ୍ରାନ୍ତ ହେଉଛନ୍ତି। ଅସାବଧାନତା ଯୋଗୁ ଲୋକଙ୍କ ଜୀବନ ମଧ୍ୟ ଯାଉଛି।

Leave a comment

Design a site like this with WordPress.com
Get started