ମୃତଦେହ ରଖି ଟାଉନ ଥାନା ଘେରିଲେ ଲୋକେ। ମୃତକ ଜଣଙ୍କ ହେଉଛନ୍ତି କାମାକ୍ଷାନଗର ଅଞ୍ଚଳର ଦାଶରଥି ସେଠି । ଦାଶରଥି ତାଙ୍କ ପରିବାର ସହ ଢେଙ୍କାନାଳ ସହରର ମିନା ବଜାର କୁମ୍ଭାର ସାହିରେ ଭଡ଼ା ଘରେ ରହୁଥିଲେ । ହେଲେ ଗତ ୨୫ତାରିଖ ସନ୍ଧ୍ୟାରେ ପୁଅ ଜନ୍ମଦିନ ପାଇଁ ସାଉଣ୍ଡ ବକ୍ସ ଲଗାଇ ଗୀତ ବଜାଇବାକୁ ନେଇ ପଡ଼ୋଶୀଙ୍କ ସହ ପାଟି ତୁଣ୍ଡ ହୋଇଥିଲା। ଏପରିକି ପଡ଼ୋଶୀ କୁମ୍ଭାର ସାହିର ଦୁଇ ଭାଇ ଗଗନ ବେହେରା ଓ ଜିତୁ ବେହେରା ଏକ କାଠ ଫାଳିଆରେ ଦାଶରଥୀଙ୍କୁ ପିଟିଥିବା ନେଇ ଅଭିଯୋଗ ହୋଇଥିଲା।
ତେବେ ଗୁରୁତର ଅବସ୍ଥାରେ ଦାଶରଥିଙ୍କୁ କଟକ ଏସସିବିକୁ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ମାତ୍ର ମଙ୍ଗଳବାର ସନ୍ଧ୍ୟାରେ ଦଶରଥୀଙ୍କର ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା । ଏହି ଘଟଣାରେ ଉତ୍ୟକ୍ତ ଲୋକେ ଅଭିଯୁକ୍ତ ଦୁଇଜଣ ତୁରନ୍ତ ଗିରଫ ଦାବି କରିଥିଲେ ଲୋକେ । ସେପଟେ ଖବର ପାଇ ପୋଲିସ ଏସଡିପିଓ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହ ଅଭିଯୁକ୍ତକୁ ୨୪ଘଣ୍ଟା ମଧ୍ୟରେ ଗିରଫ କରାଯିବା ପ୍ରତିଶୃତି ପରେ ଘେରାଉ ହଟିଥିବା ଜଣାପଡ଼ିଛି।

Leave a comment