ପାଣ୍ଡିଆନ ଙ୍କ ବିନା ମୁଖ୍ୟମନ୍ତ୍ରୀ ଙ୍କୁ ଭେଟିବା ଅସଭମ୍ବଵ

ସ୍ପଷ୍ଟ ହେଉଛି କି ଚିତ୍ର??? ପାଣ୍ଡିଆନଙ୍କ ବିନା ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ଅସମ୍ଭବ ! କଟକ ବିଜେଡି ନେତାଙ୍କୁ ପାଣ୍ଡିଆନଙ୍କ ଲଲିପପ୍। ‘ଯିଏ ବଡ଼ ମାର୍ଜିନରେ ଜିତିବ , ମୁଖ୍ୟମନ୍ତ୍ରୀଙ୍କ ସହ ଚିହ୍ନା କରାଇବି’!.

ନିର୍ବାଚନ ପୂର୍ବରୁ ବିଜେଡି ନେତାଙ୍କୁ ପାଣ୍ଡିଆନଙ୍କ ଲଲିପପ୍। ଯିଏ ବିପୁଳ ଭୋଟରେ ଜିତିବ ତାଙ୍କୁ ନବୀନ ନିବାସ ନେଇ ମୁଖ୍ୟମନ୍ତ୍ରୀଙ୍କ ସହ ଚିହ୍ନା କରାଇବି। କଟକ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମରେ ଦଳୀୟ ନେତାଙ୍କୁ ଏମିତି ପ୍ରଲ୍ଲୋଭନ ଦେଇଛନ୍ତି ଫାଇଭ୍ ଟି ଅଧ୍ୟକ୍ଷ। ତେବେ ପାଣ୍ଡିଆନ୍‌ଙ୍କ ଏଭଳି ମନ୍ତବ୍ୟ ଅନେକଗୁଡିଏ ପ୍ରଶ୍ନକୁ ଜନ୍ମ ଦେଇଛି!.

କେଉଁ ଆସନରେ ଦଳର ନେତା କିଏ ତାହା ଜାଣନ୍ତି ନାହିଁ କି ବିଜେଡି ସୁପ୍ରିମୋ???? ପ୍ରାର୍ଥୀ ବିଧାୟକ ହେଲେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ , ସେଠି ପାଣ୍ଡିଆନଙ୍କ ଭୂମିକା କଣ?????

ତେବେ କଟକ ସଭାରେ ପାଣ୍ଡିଆନ ନେତାଙ୍କୁ କେବଳ ପ୍ରଲ୍ଲୋଭନ ଦେଇ ନାହାନ୍ତି ଟାସ୍କ ବି ଦେଇଛନ୍ତି। ହସ ହସ ମୁହଁରେ ନାଲି ଆଖି ବି ଦେଖାଇଛନ୍ତି। ୨୦୧୪ ଓ ୨୦୧୯ର ନିର୍ବାଚନର ତଥ୍ୟ ଦେଇ ୨୦୨୪ରେ ତାଠାରୁ ଢେର ଭଲ କରିବା ପାଇଁ ଚାଲେଞ୍ଜ ବି ରଖିଛନ୍ତି। ମାତ୍ର ଆଶ୍ଚର୍ଯ୍ୟର କଥା ହେଉଛି ସଭାରେ ଥିବା ଦେବୀ ମିଶ୍ର , ରଣେନ୍ଦ୍ର ପ୍ରତାପ ସ୍ୱାଇଁ , ଦେବାଶିଷ ସାମନ୍ତରାୟ ଓ ମେୟର ସୁବାସ ସିଂଙ୍କ ଭଳି ବରିଷ୍ଠ ନେତା ବି ପାଣ୍ଡିଆନଙ୍କ କଥାରେ ଉତଫୁଲ୍ଲିତ ହୋଇ କହିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ପାଖରେ ପହଞ୍ଚିବା ପାଇଁ ପାଣ୍ଡିଆନ ହିଁ ଏକମାତ୍ର ମାଧ୍ୟମ!.

ପାଣ୍ଡିଆନ୍‌ଙ୍କ କଟକ କ୍ଲିନ୍ ସ୍ୱିପ୍ ଭାଷଣାକୁ ନେଇ ଆରମ୍ଭ ହୋଇଛି ରାଜନୀତି। ବିରୋଧୀ ପାଣ୍ଡିଆନଙ୍କ ପତିଆରା ଓ ଦଳୀୟ ନେତାଙ୍କ ସ୍ଥିତିକୁ ନେଇ ପ୍ରଶ୍ନ ଉଠାଇଛନ୍ତି। କଂଗ୍ରେସ କହିଛି ପାଣ୍ଡିଆନ ଦଳୀୟ ନେତାଙ୍କୁ ଏଭଳି କହିବା ଲଜ୍ଜାଜନକ । ସେହିପରି ବିଜେପି କହିଛି ଲୋକେ ବାହାସ୍ଫୋଟର ଜବାବ ଦେବେ। ଅନ୍ୟପକ୍ଷରେ ରାଜନୈତିକ ସମୀକ୍ଷକ କହିଛନ୍ତି ଯେ ବିଜେଡ଼ିରେ ପାଣ୍ଡିଆନଙ୍କ ଭୂମିକା କଣ ତାହା କାହାରିକୁ ଅଛପା ନାହିଁ। ବିଜେଡ଼ିରେ ଦଳୀୟ ନେତାଙ୍କ ସ୍ଥିତି କଣ ତାହା ପାଣ୍ଡିଆନ୍‌ଙ୍କ ଭାଷଣରୁ ସ୍ପଷ୍ଟ ହେଉଛି। ତେବେ ଟିକଟ କଟିବା ଭୟର କେହି ମୁହଁ ଖୋଲିବା ସ୍ଥିତିରେ ନଥିବା ଚର୍ଚ୍ଚା ହେଉଛି!.’

Leave a comment

Design a site like this with WordPress.com
Get started