କାମାକ୍ଷାନଗର ବାରହା ଆକ୍ରମଣ ରେ ଦୁଇ ଗୁରୁତର, ବାରହା କୁ ପିଟି ପିଟି ମାରିଦେଲେ ଗ୍ରାମବାସୀ

ବାରହା ଆକ୍ରମଣରେ ୨ ଗୁରୁତର, ବାରହାକୁ ପିଟି ପିଟି ମାରିଦେଲେ ଗ୍ରାମବାସୀ

ଢେଙ୍କାନାଳ କାମାକ୍ଷାନଗର ୯।୧: ବାରାହା ଆକ୍ରମଣରେ ଦୁଇ ଜଣ ଗୁରୁତର । ଗୁରୁତର ଦୁଇ ଜଣ ହେଲେ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଶରଧାପୁର ଗ୍ରାମର କମଳି ପାତ୍ର ଓ ମଙ୍ଗୁଳୁ ପାତ୍ର ।ସୂଚନାଯୋଗ୍ୟ ଯେ, ମଙ୍ଗଲବାର ଦିନ ପ୍ରାୟ ୧୨ଟା ବେଳକୁ କମଳି ଘର ପାଇଁ ସଉଦା ଆଣିବା ପାଇଁ ଘରପାଖ ଦୋକାନକୁ ଯାଇଥିବା ବେଳେ ଜଙ୍ଗଲୀ ବାରହା ଆକ୍ରମଣ କରିଥିଲା ।ମଙ୍ଗୁଳୁ ଘର ବାରଣ୍ଡାରେ ବସିଥିବା ବେଳେ ସେହି ବାରହାଟି ମଙ୍ଗୁଳୁକୁ ମଧ୍ୟ ଆକ୍ରମଣ କରିଥିଲା । କମଳିଙ୍କ ଛାତି ଓ ଗୋଡକୁ ଆକ୍ରମଣ କରିଥିବା ବେଳେ ମଙ୍ଗୁଳୁଙ୍କ ଡାହାଣ ଗୋଡରେ ଗଭୀର ଆଘାତ ଲାଗିଛି । ଗୁରୁତର ଅବସ୍ଥାରେ ପରିବାର ଲୋକେ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରିଛନ୍ତି ।

ସେପଟେ ଗ୍ରାମରେ କିଛି ସମୟ ପାଇଁ ଉତ୍ତେଜନା ଦେଖାଦେଇଥିଲା । ଗ୍ରାମବାସୀ, ଆକ୍ରମଣ କରୁଥିବା ବାରହାଟିକୁ ପିଟିପିଟି ମାରିଦେଲେ । ଖବର ପାଇ ଘଟଣାସ୍ଥଳରେ ପଶ୍ଚିମାଞ୍ଚଳ ରେଞ୍ଜର, କର୍ମଚାରୀ ପହଞ୍ଚି ମୃତ ବାରହାଟିକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି । ଅଧିକ ତଦନ୍ତ ଚଳାଇଛି ବନ ବିଭାଗ ।

Leave a comment

Design a site like this with WordPress.com
Get started