ବାପୁଜି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ବାର୍ଷିକ କ୍ରୀଡା ପ୍ରତିଯୋଗିତା ର ପୁରସ୍କାର ବିତରଣ ଉତ୍ସବ

*ବାପୁଜୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ କ୍ରୀଡା ପ୍ରତିଯୋଗିତା ର ପୁରସ୍କାର ବିତରଣ ଉତ୍ସବ ।*
*ଅଦ୍ୟ ତା ୦୯-୦୧-୨୦୨୪ ରିଖ ମଙ୍ଗଳବାର ଦିନ ଦିବା ୧୧ ଘଟିକା ସମୟରେ ଆମ ବିଦ୍ୟାଳୟରେ ବାର୍ଷିକ କ୍ରୀଡା ପ୍ରତିଯୋଗିତାର ପୁରସ୍କାର ବିତରଣ ଉତ୍ସବ ବିଦ୍ୟାଳୟର ପୁରାତନ ଛାତ୍ର ତଥା ମୋ ସ୍କୁଲ୍ ଅଭିଯାନର ସଭାପତି ଶ୍ରୀଯୁକ୍ତ ଗୁପ୍ତେଶ୍ୱର ମିଶ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା। ଉକ୍ତ ଉତ୍ସବରେ ଢେଙ୍କାନାଳ ସଦର ବ୍ଲକ୍ ର ଶିକ୍ଷା ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ବ୍ରହ୍ମାନନ୍ଦ ରାଉତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ଏହି ବିଦ୍ୟାଳୟର ପୁରାତନ ଛାତ୍ର ତଥା ଓକିଲ ସଂଘର ସଭାପତି ଶ୍ରୀ ଗୋପାଳଚନ୍ଦ୍ର ପାତ୍ର, ସମାଜସେବୀ ଶ୍ରୀ ବ୍ରହ୍ମାନନ୍ଦ ସାହୁ, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଶ୍ରୀ ଦେବେନ୍ଦ୍ର ସିଂ, ବିଦ୍ୟାଳୟର ଅବସରପ୍ରାପ୍ତ ଶିକ୍ଷୟତ୍ରୀ ଶ୍ରୀମତୀ ନିର୍ମଳା ଆଚାର୍ଯ୍ୟ ଓ ଶ୍ରୀମତୀ ସଂଯୁକ୍ତା ମିଶ୍ର ଉପସ୍ଥିତ ଥିଲେ। ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ଅନୁକମ୍ପା ମିଶ୍ର, ସହକାରୀ ଶିକ୍ଷୟତ୍ରୀ ଶ୍ରୀମତୀ ପ୍ରତିମା ସ୍ୱାଇଁ, ଶ୍ରୀମତୀ କଲ୍ୟାଣୀ ସାହୁ, ଶ୍ରୀମତୀ ସଂଧ୍ୟାରାଣୀ ମିଶ୍ର, ଶ୍ରୀମତୀ ସୁଜାତା ପଣ୍ଡା ଓ ଶ୍ରୀମତୀ ସୋମିତ୍ରୀ ବିଷ୍ଣୁପ୍ରିୟା ମହାନ୍ତି ଉତ୍ସବକୁ ସାଫଲ୍ୟମଣ୍ଡିତ କରିବାରେ ସହଯୋଗ କରିଥିଲେ। କାର୍ଯ୍ୟକ୍ରମରେ ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟମାନେ ଓ ସମସ୍ତ ଛାତ୍ରଛାତ୍ରୀ ଓ ପାଚିକାମାନେ ଉପସ୍ଥିତ ଥିଲେ। ବିଦ୍ୟାଳୟର ଅଷ୍ଟମ ଶ୍ରେଣୀର ଛାତ୍ର ମନ୍ମଥ ଦାଶଙ୍କୁ ଆଦର୍ଶ ଛାତ୍ର ଭାବେ କାଶୀନାଥ ମିଶ୍ର ସ୍ମାରକୀ ପୁରସ୍କାର ରୂପେ ସିଲ୍ଡ଼ ଓ ୧୦୦୦ ଟଙ୍କା ଅର୍ଥରାଶି ପ୍ରଦାନ କରାଯାଇଥିଲା। ସପ୍ତମ ଶ୍ରେଣୀ ଛାତ୍ର ଶ୍ରିୟାଂଶୁ ଦାଶଙ୍କୁ ଆଦର୍ଶ ଛାତ୍ର ଭାବେ ଭିକାରୀ ପାତ୍ର ସ୍ମାରକୀ ପୁରସ୍କାର ରୂପେ ସିଲ୍ଡ଼ ଓ ୧୦୦୦ ଟଙ୍କା ଅର୍ଥରାଶି ପ୍ରଦାନ କରାଯାଇଥିଲା l ଶେଷରେ ପ୍ରଧାନ ଶିକ୍ଷୟତ୍ରୀ ବିବରଣୀ ପାଠ କରିଥିଲେ ଏବଂ ସହକାରୀ ଶିକ୍ଷୟତ୍ରୀ ସୁଜାତା ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ l*

Leave a comment

Design a site like this with WordPress.com
Get started