କମଳାଙ୍ଗ ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ୍ ଦୁର୍ଘଟଣା, ଇଞ୍ଜିନ୍ ସହ ୬ଟି ବଗି ଲାଇନ୍‌ଚ୍ୟୁତ

ଢେଙ୍କାନାଳ ୧୮।୧: ପୂର୍ବତଟ ରେଳପଥର ମାଲବାହୀ ଟ୍ରେନ୍‌ ଲାଇନଚ୍ୟୁତ ହୋଇଛି । ଢେଙ୍କାନାଳ ଜିଲ୍ଲା କମଳାଙ୍ଗ ଷ୍ଟେସନ ନିକଟରେ ଲାଇନ୍‌ଚ୍ୟୁତ ହୋଇଛି । ଇଞ୍ଜିନ ସହିତ ୬ଟି ବଗି ଲାଇନ୍‌ଚ୍ୟୁତ ହୋଇଥିବା ସୂଚନା ମିଳିଛି ।ସୂଚନାଯୋଗ୍ୟ ଯେ, ପୂର୍ବତଟ ରେଳପଥର ଢେଙ୍କାନାଳ ଜିଲ୍ଲା କମଳାଙ୍ଗ ଷ୍ଟେସନ ନିକଟରେ ଏକ ମାଲବାହୀ ଟ୍ରେନ୍ ଲାଇନ୍‌ଚ୍ୟୁତ ହୋଇଛି ।ଡୁବୁରୀ ବୁଢାପଙ୍କ ନୂଆ ଟ୍ରେନ୍ ଲାଇନ୍‌ର କମଳାଙ୍ଗ ଷ୍ଟେସନ ନିକଟସ୍ଥ ଭଗାମୁଣ୍ଡା ଠାରେ ଏହି ମାଲବାହୀ ଟ୍ରେନ୍‌ଟି ଲାଇନ୍‌ଚ୍ୟୁତ ହୋଇଛି । ମାଲବାହୀ ଗାଡିର ଇଞ୍ଜିନ ସହିତ ୬ଟି ବଗି ରେଳ ଧାରଣାରୁ ବାହାରକୁ ପଳାଇ ଯାଇଥିବା ଦେଖିବାକୁ ମିଳିଛି । ଡୁବୁରୀରୁ ବୁଢ଼ାପଙ୍କ ଦେଇ ତାଳଚେର ଅଭିମୁଖେ ଏହି ମାଲବାହୀ ଟ୍ରେନ୍‌ଟି ଯାଉଥିବା ବେଳେ ଲାଇନ୍‌ଚ୍ୟୁତ ହୋଇଛି । ତେବେ ଏହି ଲାଇନ୍‌ଚ୍ୟୁତ ଯୋଗୁଁ ସେପରି କିଛି ବଡ଼ ଧରଣର କ୍ଷୟକ୍ଷତି ଘଟିନଥିବା ସୂଚନା ମିଳିଛି । ଏହି ଦୁର୍ଘଟଣା ପରେ ଅଫ୍‌ଲାଇନରେ ଟ୍ରେନ୍‌ ଚଳାଚଳ ବନ୍ଦ ଋହିଛି ।

Leave a comment

Design a site like this with WordPress.com
Get started