ଢେଙ୍କାନାଳ ପାତ୍ର ଏଜେନ୍ସି ରେ ଜିଏଷ୍ଟି ର ରେଡ ଦୁଇଟି ଚପଲ ଗୋଦାମ ଉପରେ ଚଢ଼ାଉ

ଢେଙ୍କାନାଳ ପାତ୍ର ଏଜେନ୍ସିରେ ଜିଏସଟିର ରେଡ, ଦୁଇଟି ଚପଲ ଗୋଦାମ ଉପରେ ଚଢ଼ାଉ

ଢେଙ୍କାନାଳ ପାତ୍ର ଏଜେନ୍ସିରେ ଜିଏସଟିର ତନାଘନା ଚଢ଼ାଉ ଜାରି ରହିଛି । ଷ୍ଟେଟ ଜିଏସଟି ଏନଫୋର୍ସମେଣ୍ଟ ଟିମ ଅନୁଗୁଳ ପକ୍ଷରୁ ଏହି ଚଢାଉ କରାଯାଉଛି । ବାଜି ଚୌକ ଛକ ନିକଟରେ ଥିବା ପାତ୍ର ଏଜେନ୍ସିର ଦୁଇଟି ଚପଲ ଗୋଦାମ ଉପରେ ଏହି ଚଢାଉ କରାଯାଇଛି । ଢେଙ୍କାନାଳ ସହରର ବାଜିଚୌକ ଏବଂ ଜଗନନଗର ସ୍ଥିତ ଗୋଦାମରେ ଜିଏସଟି ଟିମରେ ଆଠରୁ ଦଶଜଣ ଏହି ଚଢାଉରେ ସାମିଲ ହୋଇଛନ୍ତି।ଜିଏସଟି ରିଟନ ସ୍କୁଟିନ ଓ ବିଜନେସ ଇଣ୍ଟେଲିଜେନ୍ସି ସୁତ୍ରରୁ କିଛି ଅଭିଯୋଗ ଆଧାରରେ ଏହି ଚଢାଉ କରାଯାଉଥିବା କହିଛନ୍ତି ଅନୁଗୁଳ ଜିଏସଟି ଡେପୁଟି କମିସନର ଶିବାଶିଷ ସୁର୍ଯ୍ୟ କାନ୍ତ ସାହୁ। ଅଭିଯୋଗ ଆଧାରରେ ତଦନ୍ତ ଏବଂ ଗୋଦାମର ଷ୍ଟକ ନିଆଯିବ। ସମ୍ପୂର୍ଣ୍ଣ ଇନଭେଷ୍ଟିକେସନ ସରିବା ପରେ ଜିଏସଟି ଟିମ ପକ୍ଷରୁ ଅଧିକ ତଥ୍ୟ ପ୍ରଦାନ କରାଯିବ ଏବଂ ସେହି ଅନୁସାରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ଷ୍ଟେଟ ଜିଏସଟି ଟିମର ଅନୁଗୁଳ ଡେପୁଟି କମିଶନର ପ୍ରକାଶ କରିଛନ୍ତି ।
ଢେଙ୍କାନାଳ ସଦର ରୁ ତାପସଦାସ ଙ୍କ ରିପୋର୍ଟ

Leave a comment

Design a site like this with WordPress.com
Get started