ବ୍ରଜନାଥ ବଡ଼ଜେନା ଉଚ୍ଚ ବିଦ୍ୟାଳୟ ର ୧୯୭୫-୮୦ମାଟ୍ରିକ ବ୍ୟାଚ ର ପୂରାତନ ଛାତ୍ରଛାତ୍ରୀ ମାନଙ୍କର ୨ୟ “ବନ୍ଧୁ ମିଳନ” ଉତ୍ସବ ସ୍ଥାନୀୟ ଢେଙ୍କାନାଳ ରାଜବାଟି ଠାରେ

ଆଜି ତା୨୧/୧/୨୪ ରିଖ (ରବିବାର) ବ୍ରଜନାଥ ବଡ଼ଜେନା ଉଚ୍ଚ ବିଦ୍ୟାଳୟ ର ୧୯୭୫-୮୦ ମାଟ୍ରିକ ବ୍ୟାଚ ର ପୂରାତନ ଛାତ୍ରଛାତ୍ରୀ ମାନଙ୍କର ୨ୟ “ବନ୍ଧୁ ମିଳନ” ଉତ୍ସବ ସ୍ଥାନୀୟ ଢେଙ୍କାନାଳ ରାଜବାଟି ଠାରେ ମହାସମାରୋହ ରେ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବ ରେ ୬୫ ଜଣ ପୁରାତନ ବନ୍ଧୁ ତଥା ବାନ୍ଧବୀ ଯୋଗଦାନ କରିଥିଲେ। ଦିନ ୧୦ଟା ପରଠାରୁ ବନ୍ଧୁ ମାନଙ୍କ ସମାଗମ ଆରମ୍ଭ ହୋଇଯାଇଥିଲା। ଓଡ଼ିଆ ଓ ହିନ୍ଦୀ ସୁଗମ ସଙ୍ଗୀତ ର ତାଳେ ତାଳେ ନାଚଗୀତର ଆସର ବେଶ ଜମିଯାଇଥିଲା। ବିଶେଷ କରି ରଙ୍ଗବତୀ ଗୀତରେ ବନ୍ଧୁ ମାନଙ୍କର ନୃତ୍ୟ ବେଶ ମନମୁଗ୍ଧକର ହୋଇଥିଲା। କୋହଲା ପାଗ ସାଙ୍ଗକୁ ରାଜମହଲ ର ପରିବେଶ କୌଣସି ଶୈଳନିବାସ ର ଭ୍ରମ ସୃଷ୍ଟି କରିଥିଲା। ବିରତି ମଧ୍ୟରେ ହୋଇଥିବା ମ୍ୟାଜିକ ଶୋ ଅତ୍ୟନ୍ତ ଚମତ୍କାର ଥିଲା।ପରିଶେଷରେ ଖାଦ୍ୟ ପାନୀୟ ର ଆନନ୍ଦ ନେଇ ବନ୍ଧୁମାନେ ପରସ୍ପର ଠାରୁ ବିଦାୟ ନେଇଥିଲେ। ମୋଟ ଉପରେ କହିବାକୁ ଗଲେ ଦିନଟି ବେଶ ଆନନ୍ଦ ଦାୟକ ଥିଲା।

Leave a comment

Design a site like this with WordPress.com
Get started