ଜିଲ୍ଲା ସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳିତ, ଢେଙ୍କାନାଳ

୨୪ ଜାନୁଆରୀ ୨୦୨୪( ନିଉଜ ଓଡ଼ିଆ ଓଡିଶା ) ଢେଙ୍କାନାଳ :- ଜିଲ୍ଲାରେ ଆଜି ସ୍ଥାନୀୟ ପୁରୁଣା ଜିଲ୍ଲା ପରିଷଦ ହଲ୍ ଠାରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଜିଲାସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳନ ହୋଇଯାଇଛି l ଏଥିରେ ମାନ୍ୟବର ସଦର ବିଧାୟକ ଶ୍ରୀ ସୁଧୀର କୁମାର ସାମଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ, ଜିଲ୍ଲାରେ କୃଷି ଉତ୍ପାଦନ କୁ ତ୍ୱରାନ୍ୱିତ କରିବା ପାଇଁ ବିଭାଗୀୟ ଅଧିକାରୀମାନେ ଅଧିକ ସମନ୍ଵୟ ରଖି ଜଳସେଚନ ଓ କୃଷି କାର୍ଯ୍ୟ ଆଗେଇ ନେବାକୁ ପାଣି ପଞ୍ଚାୟତର କର୍ମକର୍ତ୍ତାଙ୍କୁ ପରାମର୍ଶ ଦେଇଥିଲେ l ବିଭିନ୍ନ ଜଳସେଚନ ମାଧ୍ୟମରେ ଜିଲ୍ଲାରେ ୧ ଲକ୍ଷ ୮୦ ହଜାର ହେକ୍ଟର ଜମିରୁ ୧ ଲକ୍ଷ ୨୦ ହଜାର ଜମିରେ କୃଷି କାର୍ଯ୍ୟ ହୋଇପାରୁଛି ବୋଲି ସେ ପ୍ରକାଶ କରିଥିଲେ lଚାଷୀଭାଇମାନେ ନିଜର ପାଣି ପଞ୍ଚାୟତରେ ଥିବା ଉପକରଣର ରକ୍ଷଣାବେକ୍ଷଣ ଓ ନିଜ ନିଜର ଫସଲ ନିମନ୍ତେ ଆବଶ୍ୟକ ପରାମର୍ଶ ନେଇ ଯୋଜନା ପ୍ରସ୍ତୁତ କରିବାକୁ ଜିଲ୍ଲାପାଳ କହିଥିଲେ l ଏହି ଅବସରରେ ରେଙ୍ଗାଲି ଦକ୍ଷିଣ ଜଳସେଚନ ମଣ୍ଡଳ ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ଶ୍ରୀ ଉଦୟନାଥ ସାହୁ ଜିଲ୍ଲାରେ କାର୍ଯ୍ୟ କରୁଥିବା ପାଣି ପଞ୍ଚାୟତ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ l ମୁଖ୍ୟ ଯନ୍ତ୍ରୀ ଶ୍ରୀ ପ୍ରଦୀପ ପ୍ରଧାନ, ଅଧିକ୍ଷଣ ଯନ୍ତ୍ରୀ ନିହାର ରଂଜନ ପାତ୍ର, ଶ୍ରୀ ନବ କିଶୋର ମହାଳିକ, ଶ୍ରୀ ପ୍ରଦୀପ ସାହୁ, ଶ୍ରୀଦେବୀ ପାଣିପଞ୍ଚାୟତ ସଭାପତି ଶ୍ରୀ ନିରଞ୍ଜନ ପତି ପ୍ରମୁଖ ପାଣି ପଞ୍ଚାୟତର କାର୍ଯ୍ୟ ପ୍ରଣାଳୀ ଏବଂ ଏହାର ଉପାଦେୟତା ସମ୍ପର୍କରେ ଆଲୋକପାତ କରିଥିଲେ l

Leave a comment

Design a site like this with WordPress.com
Get started