
ମା’ ସମଲେଇ କରୁଣାର ଦେବୀ, ମା’ ଭକ୍ତିର ଦେବୀ। ମା’ଙ୍କ ପୀଠର ଭବ୍ୟ ରୂପାନ୍ତରଣ ଲୋକାର୍ପଣ ଉତ୍ସବରେ ସାମିଲ ହେବା ମୋର ପରମ ସୌଭାଗ୍ୟ। ଏଠାକାର ଆଧ୍ୟାତ୍ମିକ ପରିବେଶ ଅତ୍ୟନ୍ତ ମନୋରମ ହୋଇଉଠିଛି। ମା’ଙ୍କ ମନ୍ଦିରଠାରୁ ମହାନଦୀ ଘାଟ ଯାଏଁ ସବୁଠି ଦିବ୍ୟତା ଓ ଭବ୍ୟତାର ସ୍ପର୍ଶ।
ଆମ କଳା ଓ ସଂସ୍କୃତିର ସୌନ୍ଦର୍ଯ୍ୟରେ ମା’ଙ୍କ ପୀଠ ଝଲସି ଉଠିଛି। ଶହ ଶହ ବର୍ଷ ପର୍ଯ୍ୟନ୍ତ ଭକ୍ତଙ୍କ ସୁବିଧାକୁ ଦୃଷ୍ଟିରେ ରଖି ମା’ଙ୍କ ପୀଠ ରୂପାନ୍ତରିତ ହୋଇଛି। ମା’ ପୀଠର ସୌନ୍ଦର୍ଯ୍ୟ ଏବେ ମନମୋହୁଛି। ଏହା ମା’ ସମଲେଇଙ୍କ ଆଶୀର୍ବାଦ ଆଉ ଆପଣମାନଙ୍କ ତ୍ୟାଗ ଓ ଭକ୍ତିଭରା ସହଯୋଗରେ ସମ୍ଭବ ହୋଇଛି। ଜୟ ମା’ ସମଲେଇ 🙏
#JaiMaaSamlei
#SAMALEIProject
Leave a comment