ହାତୀ ଛୁଆର ମୃତଦେହ ଠାବ, ବନବିଭାଗର ତଦନ୍ତ ଜାରି

ଢେଙ୍କାନାଳ: ହିନ୍ଦୋଳ ବନାଞ୍ଚଳରେ ଏକ ହାତୀ ଛୁଆର ମୃତଦେହ ଠାବ ହୋଇଛି। ବାବନ୍ଧ ସେକ୍ସନ ଗିରିଧର ପ୍ରସାଦ ଗ୍ରାମ୍ୟଜଙ୍ଗଲ ନିକଟରେ ଏହି ଛୁଆହାତୀର ମୃତ୍ୟୁ ଘଟିଛି। ସୂଚନା ଅନୁଯାୟୀ, ଏହା ଏକ ଅଣ୍ଡିରା ହାତୀଛୁଆର ମୃତଦେହ। ତା’ର ବୟସ ୨ବର୍ଷ ହେବା ନେଇ ଅନୁମାନ କରାଯାଇଛି।ତେବେ ହାତୀ ଛୁଆ ମୃତ୍ୟୁର ସଠିକ କାରଣ ଜଣପଡ଼ିନାହିଁବନବିଭାଗର କର୍ମଚାରୀମାନେ ପହଁଞ୍ଚି ମୃତଦେହକୁ ଜବତ କରିବା ସହ ମୃତ୍ୟୁର କାରଣ ଜାଣିବାକୁ ତଦନ୍ତ ଆରମ୍ଭ କରିଛନ୍ତି। ତେବେ ମୃତ ହାତୀ ଛୁଆର କିଛି ଦୂରରେ ହାତୀ ପଲ ରହିଥିବା ଜଣାପଡ଼ିଛି।

Leave a comment

Design a site like this with WordPress.com
Get started