ଢେଙ୍କାନାଳ ଟାଉନ ଥାନା ଅନ୍ତର୍ଗତ କାଲଟାକ୍ସ ଅଞ୍ଚଳରେ ଅଘଟଣ, ମୁଣ୍ଡକୁ ଗୁଳିକରି ଆତ୍ମହତ୍ୟା କଲେ ସ୍ଥାନୀୟ ବ୍ୟବସାୟୀ । ମୃତକ ଜଣଙ୍କ କାଲଟାକ୍ସ ଅଞ୍ଚଳର ବଳରାମ ସାହୁ । କରଜ ସୁଝି ନପାରି ମାନସିକ ଭାରସାମ୍ୟ ହରାଇ ନିଜ ବନ୍ଧୁକରୁ ଗୁଳିକରି ଏଭଳି ଘଟଣା ଘଟାଇଥିବା ସୂଚନା ।
ବଳରାମ ସାହୁଙ୍କ କ୍ରସର ବ୍ୟବସାୟ ଥିଲା ଏବଂ ତାଙ୍କର ଦୁଇ ପୁଅ ଓ ବୋହୁ ଅଛନ୍ତି, ତେବେ ଆଜି ସନ୍ଧ୍ୟା ସମୟରେ ଘରେ ଦୁଇ ପୁଅ ନଥିବା ବେଳେ ନିଜ ମୁଣ୍ଡରେ ନିଜେ ବନ୍ଧୁକ ଫୁଟାଇ ଆତ୍ମହତ୍ୟା କରିଛନ୍ତି । ଟାଉନ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ତେବେ ସାଇଣ୍ଟିଫିକ ଟିମ ପହଞ୍ଚିଲା ପରେ ଅଧିକ ତଦନ୍ତ କରାଯିବ ବୋଲି ପୋଲିସ ସୂଚନା ଦେଇଛି।ଏପଟେ ବଳରାମ ସାହୁ ଙ୍କ ବ୍ୟବସାୟ ରେ ବ୍ୟାପକ କ୍ଷତି ଓ ଋଣ ଭାର ଯୋର୍ ଥିବା ପରିବାର ଲୋକେ ସୂଚନା ଦେଉଛନ୍ତି।
#BreakingNews #Dhenkanal #DhenkanalUpdate


Leave a comment