(ଲେଖକ -ପ୍ରକାଶଚନ୍ଦ୍ରରାଉତ )ପ୍ରାୟଶ୍ଚିତ
———-
ଲୋ ହୁଣ୍ଡୀ
ଜିଭକୁ ସିନା ଖସେଇଦେଲୁ ଜନତା ମୈଦାନରେ
ନିଜେ କେମିତି ଖସିବୁ
ଜନତା ମୁହଁରୁ?
କାନ୍ତ ଙ୍କୁ କଣ୍ଠ କହିଲୁ ବୋଲିତ
ରକ୍ତ ଝରୁଛି ଏଠି
ମେଲେଇ ଦେ ତୋର ନିଲଠା ଆଖିଙ୍କୁ
ଦେଖି ପାରିବୁ ଦୁଃଖର “ଦୟାନଦୀ”
ନିର୍ବାକ ପଙ୍ଗପାଳ
ମାନପତ୍ର ପାଇଁ କାକୁସ୍ଥ ଯେଉଁଠି |
ଲୋ ହୁଣ୍ଡୀ
ତୁ ଖସେଇଦେଇଛୁ ଧନୁରୁ ତୀର
ଚିରି ଦେଇଛୁ
ଅସ୍ମିତାର ପାଟଶାଢ଼ୀ
ତୋ ପାଇଁ
ଜଳୁଛି ଦେଖ ଦ୍ରୋହର ନିଆଁହୁଳା
ମୁହୂର୍ତ୍ତଟେ ହେଉ ପଛେ
ନଇଁ ଯାଇଛି ଗୋଟେ ଜାତି |
ଲୋ ହୁଣ୍ଡୀ
କେଉଁଠି ଲୁଚେଇବୁ ଏ ପାପ ?
ସବୁଠିତ ନିଆଁ ଆଉ ନିନ୍ଦା |
ପାରିବୁତ
ଓଝାଳିଦେ ଅହଙ୍କାର,ମନରୁ ତୋର
ମୁଖସ୍ଥ କରିଦେ ଏବେ
ମଧୁ ବର୍ଣ୍ଣବୋଧ
ଖାଣ୍ଟି ଓଡ଼ିଆଟେ ହେଇ ବଞ୍ଚିଯା ତୁ
କାଳ ନିରବଧି |
@ପ୍ରକାଶ

Leave a comment