ଶୂନ୍ୟବାସି ଖେଳ କରେ ମହିମାଧାମେ

ଶୂନ୍ୟବାସୀ ଖେଳ କରେ ମହିମା ଧାମେ
****************************
(ନିଉଜ ଓଡ଼ିଆ ଓଡିଶା )(ଲେଖକଓ କବି ପ୍ରକାଶଚନ୍ଦ୍ର ରାଉତ )ଶୂନ୍ୟବାସୀ ଖେଳ କରେ ମହିମା ଧାମେ
ନିରାକାର ବ୍ରହ୍ମ ପୂଜା ଅଲେଖ ନାମେ |
ନାହିଁ ହାତ ନାହିଁ ପାଦ
ନାହିଁ ରୂପ ସେ ଅରୁପ
ଅବ୍ୟକ୍ତ ସେ ଅଣାକାର ସର୍ବତ୍ର ଭ୍ରମେ |
ଶୂନ୍ୟବାସୀ……

ଅଖଣ୍ଡ ଝାଡରେ ଦେଖ ଶୂନ୍ୟ ପୁରୁଷ
ଧୂନୀ ଯୋଗେ ବ୍ରହ୍ମାଣ୍ଡ କୁ କରିଛି ବଶ
ନାହିଁ ଯାହାର ଆକାର
ସେହି ସ୍ୱୟଂ ନିରାକାର
ତେଜିସର୍ବ ଭାବ ତା ‘ରେ ଶରଣ ପଶ|

ମିଛମାୟା ଏସଂସାରେ ନାହିଁରେ ଲାଭ
ଦେଲେନେଲେ ମିଳୁଥାଇ ପ୍ରେମର ଭାବ
ଅଢେଇ ଦିନରେ ଶେଷ
ବଡେଇ ପ୍ରୀତି ପିୟୁଷ
ବାଇମନ ହେଜ ଥରେ ଛାଡି ଗରବ |

ଆତ୍ମା ପରମାତ୍ମା ଯେଣୁ ମିଶଇ ପ୍ରେମେ
ସାଧୁସଙ୍ଗ ସମ୍ଭବଇ ଏଇ ଜନମେ
ଆନନ୍ଦ ପସରା ମେଲି
ମହିମା ଅଲେଖ ବୋଲି
ଭଜନ କୀର୍ତ୍ତନେ ଭକ୍ତ ଶ୍ରୀଗୁରୁ ନମେ |
ଶୂନ୍ୟବାସୀ………

Leave a comment

Design a site like this with WordPress.com
Get started