ଭବତୁ ମେ ଅନ୍ତର୍ଯ୍ୟାମୀ…।(୧୬)
********************
### ଜଣେ କବିର ଅପମୃତ୍ୟୁ ! ###
*********************************
✍️ଅନ୍ତର୍ଯ୍ୟାମୀ ବାରିକ
*********************************
ହେ କବି, ତୁମେ ଫେରି ଯାଆ,
ସମ୍ପର୍କର ବିଷ ବଳୟରେ
ଶ୍ୱାସରୁଦ୍ଧ ହେବା ପୂର୍ବରୁ
ବାଛିନିଅ ଏକ ସ୍ଵତନ୍ତ୍ର ନିରାପଦ ସ୍ଥାନ,
ଅବଶିଷ୍ଠ ଆୟୁଷକୁ ବାଣ୍ଟିଦିଅ
ସ୍ଵପ୍ନ ଦେଖୁଥିବା ଆଗନ୍ତୁକଙ୍କ ମଧ୍ୟରେ!
ତୁମର ଆବର୍ତ୍ତମାନରେ
ଲୁହ ଝରେଇବାକୁ ବେଳ କାହିଁ କାହାର,
ଗୁଡିରୁ ଯୋଗାଯୋଗ ବିଛିନ୍ନ ହେଲାପରେ
ଖୋଜାଖୋଜିରେ ଆଉ ଅଧିକ ସମୟ ଦେଇ
ଲାଭ କାହାକୁ ବା ମିଳିଛି?
ସମ୍ପର୍କଟା ବ୍ଯସ୍ତ ବ୍ୟବସାୟରେ
ବନ୍ଧାପଡେ ଲାଭ କ୍ଷତିର ତରାଜୁରେ !
ସମ୍ଭାବନାର ନୂଆ ନୂଆ ଉତ୍ସ
ସମ୍ଭୋଗ ପାଇଁ ହୋଇଛି ପ୍ରସ୍ତୂତ,
ବଳାତ୍କାରୀ ପାଇଁ ଭୂସ୍ୱର୍ଗ
ବେଙ୍ଗୁଲୀ ପାଇଁ ହୋଇପାରେ
ପୃଥୀ କ୍ଷଣେ କ୍ଷଣେ କୁ ଆନ,
କୁଳାଙ୍ଗାର ହାତେ ଶାଳଗ୍ରାମ,
ପୁଣ୍ୟ ପ୍ରତି ଘୃଣ୍ୟ ଭାବ
ପାପ ପ୍ରତି ପ୍ରସଂଶାର ଅନୁରୁପ ଆଚରଣ!
ଅତୀତର ସ୍ମୃତିପରେ
ମରମ ଯେ ମରିପାରେ କେବେ
ଭଲହେବ,ତୁମେ ଫେରିଯାଅ ଏବେ!
ଶବାଧାର ତୁମପାଇଁ ହୋଇଛି ପ୍ରସ୍ତୁତ
ମନ୍ଦିରର ସବୁଦ୍ୱାର ବନ୍ଦଅଛି ଏବେ
ଘଣ୍ଟଘଣ୍ଟି ନିରବତା
ସନ୍ଧ୍ୟାବତୀ ନିର୍ବାପିତ
ସୂର୍ଯ୍ୟ,ଚନ୍ଦ୍ର,ଆକାଶର ତାରା ଯେତେ,
ଛତ୍ରଭଙ୍ଗ ଛଦ୍ମବେଶେ,
କାଳରାତ୍ରୀ କଳାଶାଢ଼ୀ ପିନ୍ଧେ,
ସହରଟା ଶୋଇଗଲା ବେଳେ,
ସୁଯୋଗର ସଦବ୍ୟବହାର କରି
ହେ କବି,ତୁମେ ଫେରିଯାଅ ଏବେ!
🏠 ଶୂନ୍ୟlଗାର
ପିଙ୍ଗୁଆ.ଢେଙ୍କାନାଳ

ତା:୦୯ /୦୨/୨୦୨୪

Leave a comment

Design a site like this with WordPress.com
Get started