ବିଦ୍ୟୁତ୍ ବିଭାଗର ଅବହେଳା ଯୋଗୁଁ ଜନ ଜୀବନ ବିପର୍ଯ୍ୟସ୍ତ, ଜିଲ୍ଲାପାଳ ଓ ଅଧିକ୍ଷଣ ଯନ୍ତ୍ରୀଙ୍କୁ ଫେରାଦ ।
ଢ଼େଙ୍କାନାଳ ପୌରାଞ୍ଚଳ ୱାର୍ଡ଼ ନଂ୧୩, ଭାଗିରଥି ବିହାର ” ସି ” ବ୍ଲକରେ ବିଦ୍ୟୁତ ତାର ଗୁଡ଼ିକ ପ୍ରାୟ ୭ ରୁ ୮ ଫୁଟ ଉଚ୍ଚରେ ଝୁଲି ରହିଥିବାରୁ ସ୍ଥାନୀୟ ଅଞ୍ଚଳ ଭିତରକୁ କୌଣସି ଜରୁୀକାଳୀନ ସେବା ଯାନ ଗୁଡ଼ିକ ପ୍ରବେଶ କରି ପାରୁନାହିଁ । ଏହି ବିଦ୍ୟୁତ ତାର ଗୁଡ଼ିକ ଉଚ୍ଚ ନିମନ୍ତେ ସ୍ଥାନୀୟ ବାସିନ୍ଦା ବିଗତ ଦୁଇ ବର୍ଷ ହେଲା ବିଦ୍ୟୁତ ବିଭାଗ ଅଧିକାରୀ ମାନଙ୍କୁ ଅନୁରୋଧ କରିଆସୁଥିଲେ ମଧ୍ୟ ଉକ୍ତ ଅଧିକାରୀ କୌଣସି ପଦକ୍ଷେପ ନେଉନଥିବାରୁ ସ୍ଥାନୀୟ ମହଲରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ଏ ନେଇ ପୁନର୍ବାର ଅଧିକାରୀ ଙ୍କୁ ଅବଗତ କରାଯାଇଛି, ତେବେ ଆଗକୁ କୌଣସି ପଦକ୍ଷେପ ନନେଲେ ଟାଟା ପାୱାର ବିରୋଧ ରେ ଆନ୍ଦୋଳନ କରାଯିବ ବୋଲି ସୂଚନା ଦେଇଛନ୍ତି ।


Leave a comment