ଟେକ୍ନୋଲୋଜି ଦୁନିଆରେ ଏକ ଯୁଗାନ୍ତକାରୀ ପରିବର୍ତ୍ତନ: ଖୁବ ଶୀଘ୍ର ଭାରତରେ ଲଞ୍ଚ ହେବାକୁ ଯାଉଛି ଉଡ଼ନ୍ତା ଟାକ୍ସି

ବିଶ୍ୱଦରବାରରେ ଟେକ୍ନୋଲୋଜିର ଏଭଳି ଅଗ୍ରଗତି ଦେଖିବା ପରେ ଏବେ କୌଣସି ବି କାର୍ଯ୍ୟ ଅସମ୍ଭବ ମନେ ହେଉ ନାହିଁ । ଟେକ୍ନୋଲୋଜି ଦୁନିଆରେ ପ୍ରତ୍ୟେକ ଦିନ କିଛି ନା କିଛି ନୂଆ ଡିଭାଇସ ଲଞ୍ଚ ହେଉଛି । ଏହି ସମୟରେ ଏବେ ଖୁବ ଶୀଘ୍ର ଆସିବାକୁ ଯାଉଛି ଉଡନ୍ତା ଟାକ୍ସି । ଏହା ଶୁଣି ଆପଣଙ୍କୁ ଖୁବ ଆଶ୍ଚର୍ଯ୍ୟ ଲାଗୁଥିବା କିନ୍ତୁ ସେହିଦିନ ଦୂର ନୁହେଁ ଯେବେ ଲୋକମାନେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାତ୍ରା କରିବା ପାଇଁ ଏହି ଉଡ଼ନ୍ତା ଟ୍ୟାକ୍ସିର ବ୍ୟବହାର କରିବେ ।ଉଡ଼ନ୍ତା ଟାକ୍ସି ବିଷୟରେ ସୁବ ପରେ ଆପଣମାନେ ନିଶ୍ଚୟ ଭାବୁଥିବେ ଯେ ଏଥିପାଇଁ ବହୁତ ଖର୍ଚ୍ଚ କରିବାକୁ ପଡିବ, କିନ୍ତୁ ଏହା ସତ ନୁହେଁ । ରିପୋର୍ଟ ଅନୁଯାୟୀ ଆପଣ ସମାନ ଦୂରତା ଅତିକ୍ରମ କରିବା ପାଇଁ ୟୁବରରେ ଦେଉଥିବା ପ୍ରାଇଜର ମାତ୍ର ଦୁଇଗୁଣ ମୂଲ୍ୟ ଦେବାକୁ ପଡିବ । ଇପ୍ଲେନ୍ କମ୍ପାନୀର ପ୍ରତିଷ୍ଠାତା ତଥା ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ମାଡ୍ରାସ (ଆଇଆଇଟି-ମାଡ୍ରାସ) ର ଏରୋସ୍ପେସ୍ ଇଞ୍ଜିନିୟରିଂର ବିଶିଷ୍ଟ ପ୍ରଫେସର ସତ୍ୟ ଚକ୍ରବର୍ତ୍ତୀ ଏହାକୁ ବାସ୍ତବ ରୂପ ଦେବା ପାଇଁ କାର୍ଯ୍ୟ କରୁଛନ୍ତି ।

ସୂଚନା ଅନୁଯାୟୀ ଏହି ଇ-ବିମାନ ପ୍ରସ୍ତୁତ କରିବା ପାଇଁ ବହୁତ କଷ୍ଟ କରିବାକୁ ପଡୁଛି ଏବଂ ଅନେକ ନୂଆ ଟେକ୍ନୋଲୋଜିର ବ୍ୟବହାର କରାଯାଉଛି । ଏହି ଟାକ୍ସି ଚାଲିବା ପରେ ହେଭି ଟ୍ରାଫିକ ସମାସ୍ୟକୁ ଏଡାଇ ଦିଆଯାଇପାରିବ ଏବଂ ଜନଗହଳି ପୂର୍ଣ୍ଣ ସ୍ଥାନକୁ ଏହିଖୁବ ସହଜରେ ଅତିକ୍ରମ କରି ଆପଣଙ୍କୁ ଗନ୍ତବ୍ୟ ସ୍ଥଳରେ ପହଞ୍ଚାଇବା । ଏହି ଟ୍ୟାକ୍ସି ପାଇଁ ପେଟ୍ରୋଲ କିମ୍ବା ଡିଜେଲର ବି ଆବଶ୍ୟକତା ନାହିଁ କାରଣ ଏହା ଏକ ବ୍ୟାଟେରୀ ତଥା ଇ-ଟାକ୍ସି ହେବାକୁ ଯାଉଛି ।

ଥରେ ଏହି ବ୍ୟାଟେରୀ ଚାର୍ଜ ହେବା ପରେ ଆପଣ ଅନେକ ସମୟ ଯାତ୍ରା ମଧ୍ୟ କରିପାରିବେ । ଅନେକ ପ୍ରତିବନ୍ଧକ ସତ୍ୱେ, ଇପ୍ଲେନ୍ ର ଏକ ସିକ୍ୱେଲ୍ ପ୍ରୋଟୋଟାଇପ୍, e50 ର ସଫଳ ପରୀକ୍ଷଣ କରାଯାଇଛି । ପ୍ରଫେସର ଚକ୍ରବର୍ତ୍ତୀଙ୍କର କହିବା ମୁତାବକ ଏହି ଟାକ୍ସି ଆସନ୍ତା ଅକ୍ଟୋବର-ନଭେମ୍ବର ମାସ ଭିତରେ ଭାରତରେ ଲଞ୍ଚ କରାଯାଇପାରେ । ଯଦି ସେ ତାଙ୍କ ପ୍ରତିଶ୍ରୁତି ବାସ୍ତବରେ ପରିଣତ କରନ୍ତି, ତେବେ ଏହା ଭାରତ ପାଇଁ ଏକ ଐତିହାସିକ ମୁହୂର୍ତ୍ତ ହେବ । ଯାହା ଯାତାୟାତର ପ୍ରଣାଳୀଙ୍କୁ ସମ୍ପୂର୍ଣ୍ଣ ଭାବରେ ବଦଳାଇଦେବ ।

Leave a comment

Design a site like this with WordPress.com
Get started