ମହିଳା ଭୋଟର୍‌ଙ୍କୁ ଉସକାଇଲେ କେଜ୍ରିୱାଲ; କହିଲେ, ‘ଘରେ ସ୍ୱାମୀ ମୋଦି ନାଁ ଧରିଲେ ଖାଇବାକୁ ଦିଅନି

ମହିଳା ଭୋଟର୍‌ଙ୍କୁ ଉସକାଇଲେ କେଜ୍ରିୱାଲ; କହିଲେ, ‘ଘରେ ସ୍ୱାମୀ ମୋଦି ନାଁ ଧରିଲେ ଖାଇବାକୁ ଦିଅନି

ମହିଳା ଭୋଟର୍‌ଙ୍କୁ କେଜ୍ରିୱାଲଙ୍କ ନୂଆ ସ୍ଲୋଗାନ। କହିଲେ, ଘରେ ଯଦି ସ୍ୱାମୀ ମୋଦି ନାମ ଜପ କରୁଛନ୍ତି, ତେବେ ତାଙ୍କୁ ଖାଇବାକୁ ଦିଅନ୍ତୁ ନାହିଁ। ୨୪ ନିର୍ବାଚନ ପୂର୍ବରୁ କେଜ୍ରିୱାଲଙ୍କ ଏଭଳି ମନ୍ତବ୍ୟ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଗତକାଲୀ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏକ ମହିଳା ସମ୍ମାନ ସମାବେଶରେ ଯୋଗ ଦେଇ ଏଭଳି କଥା କହିଛନ୍ତି।ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ନିର୍ବାଚନୀ ସ୍ଲୋଗାନ। ସ୍ୱାମୀ ମୋଦି ଜାପ କଲେ ସ୍ତ୍ରୀଙ୍କୁ ଖାଇବାକୁ ନ ଦେବାକୁ କହିଲେ କେଜ୍ରିୱାଲ। ଗତକାଲିର କାର୍ଯ୍ୟକ୍ରମରେ ସେ ମହିଳାମାନଙ୍କୁ କହିଛନ୍ତି, ‘ଅନେକ ପୁରୁଷ ଏବେ ମୋଦି ନାମ ଜପ କରୁଛନ୍ତି। ସେମାନଙ୍କୁ ଆପଣ ଠିକ୍‌ କରିପାରିବେ। ଯେଉଁମାନଙ୍କ ସ୍ୱାମୀ ମୋଦି ନାମ ଜପ କରୁଛନ୍ତି, ସେମାନେ ସ୍ୱାମୀଙ୍କୁ ଖାଇବାକୁ ଦିଅନ୍ତୁନି। ଆମ୍‌ ଆଦମୀ ପାର୍ଟିକୁ ସମର୍ଥନ କରିବା ପାଇଁ ପରିବାର ଲୋକଙ୍କୁ କୁହନ୍ତୁ। ଏମିତିକି ଆପ୍‌କୁ ସମର୍ଥନ କରିବା ପାଇଁ ସେମାନଙ୍କୁ ଆପଣମାନଙ୍କ ମୁଣ୍ତ ଛୁଇଁ ଶପଥ କରିବାକୁ କୁହନ୍ତୁ’।

Leave a comment

Design a site like this with WordPress.com
Get started