ଭର୍ତ୍ତା କୁ ନେଇ ଗାଁ ଓ ପଞ୍ଚାୟତ ରେ ଜମିବ ରାଜନୀତି, ଆଜିଠୁ ବିଜେଡି ର ଜlଗରଣ ଅଭିଯାନ

ଭତ୍ତାକୁ ନେଇ ଗାଁ ଓ ପଞ୍ଚାୟତରେ ଜମିବ ରାଜନୀତି, ଆଜିଠୁ ବିଜେଡିର ଜାଗରଣ ଅଭିଯାନ…

ନିର୍ବାଚନକୁ ଦୁଇ ମାସ ପୁରିଥିବା ବେଳେ ଆଜିଠୁ ପୁଣି ଭତ୍ତାକୁ ନେଇ ଗାଁ ଓ ପଞ୍ଚାୟତରେ ଜମିବ ରାଜନୀତି।

ଆଜିଠାରୁ ଗାଁକୁ ଯିବ ବିଜେଡି। ଭତ୍ତାକୁ ନେଇ ଲୋକଙ୍କୁ କରିବ ସଚେତନ। ଗାଁରେ ବିଜେପି ସରକାର ବିରୋଧରେ ଗର୍ଜିବ ବିଜେଡି। ବିଜେପି ନିର୍ବାଚନ ଇସ୍ତାହାରରେ ସମସ୍ତଙ୍କୁ ୩ ହଜାର ଟଙ୍କା ଭତ୍ତା ଦେବାକୁ ପ୍ରତିଶ୍ରୁତି ଦେଇଥିଲା। ହେଲେ କେବଳ ୮୦ ବର୍ଷରୁ ଉର୍ଦ୍ଧ୍ବ ଏବଂ ୮୦ ପ୍ରତିଶତ ଅକ୍ଷମତା ବ୍ୟକ୍ତି ୩୫୦୦ ଟଙ୍କା ଭତ୍ତା ପାଇବେ ବୋଲି ବିଜେପି ସରକାର ଘୋଷଣା କରିଛନ୍ତି। ଯାହାକୁ ନେଇ ବିରୋଧୀ ଦଳ ବିଜେଡି ବିଜେପି ସରକାରକୁ ଘେରିବାକୁ ଯୋଜନା କରିଛି। ସିଧା ଗାଁରୁ ବିଜେପି ବିରୋଧରେ ଲୋକଙ୍କୁ ଏକାଠି କରିବ ବିଜେଡି। ଏବଂ କାଲିଠାରୁ ୭ ଦିନ ପର୍ଯ୍ୟନ୍ତ ବିଭିନ୍ନ ପଞ୍ଚାୟତରେ ଜନ ଜାଗରଣ ଅଭିଯାନ ଆରମ୍ଭ କରିବ।ଏହା ସହିତ ଯିଏ ଯେଉଁ ପଞ୍ଚାୟତରେ ଜନଜାଗରଣ କରିବେ ହ୍ବାଟସ ଆପରେ ତାର ଫଟୋ ମୁଖ୍ୟାଳୟକୁ ଦେବାକୁ ଦଳ ପକ୍ଷରୁ ନିର୍ଦ୍ଦେଶ ରହିଛି।

ଏହାକୁ ନେଇ ଆଜିଠାରୁ ବିଜେଡି ବିଭିନ୍ନ ପଞ୍ଚାୟତରେ ଜନ ଜାଗରଣ ଅଭିଯାନ ଆରମ୍ଭ କରିବ।ସେପଟେ ବିଜେପି କହିଛି ବିରୋଧୀ ଦଳ ଗାଁକୁ ଯାଆନ୍ତୁ।୨୪ ବର୍ଷ ଭିତରେ ଯାହା କରିନାହାନ୍ତି ତାଲିକା ଦିଅନ୍ତୁ। ଆମେ ୫ ବର୍ଷ ଭିତରେ ପୂରଣ କରିବୁ।ଭର୍ତ୍ତା

Leave a comment

Design a site like this with WordPress.com
Get started