ବିଶ୍ବ ଜଗନ୍ନାଥ ସଂସ୍କୃତି ଓ ସଂର୍କୀତନ ପରିଷଦର ବୈଠକ
ଅଦ୍ୟ ତା ୨୪/୦୮/୨୦୨୪ ଶନିବାର ଦିନ ଦିବା ୧୨ ଘଟିକା ସମୟରେ ବିଶ୍ବ ଜଗନ୍ନାଥ ସଂସ୍କୃତି ଓ ସଂର୍କୀତନ ପରିଷଦର ଏକ ବୈଠକ ସ୍ଥାନୀୟ କୈବଲ୍ୟ ବଜାର ସ୍ଥିତ ଦଧିବାମନ ଜୀୟୁ ଭାଗବତ ପରିଷଦ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଥିଲା। ଉକ୍ତ ବୈଠକ ରେ ଦିବାକର ପାତ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା। ଆଗାମୀ ଦିନରେ ସଂର୍କୀତନକୁ ବିଶ୍ବ ସ୍ତରରେ ପହଞ୍ଚାଇବା ପାଇଁ ପୂଖାନୁପୁଙ୍ଖ ଆଲୋଚନା କରାଯାଇଥିଲା। ଏଥିରେ ଜଗନ୍ନାଥ ସଂସ୍କୃତିକୁ ସୁଦୁର ପ୍ରସାର କରିବା ପାଇଁ ସଭ୍ୟମାନେ ଦୃଢ଼ ସଂକଳ୍ପ ନେଇଥିଲେ। ସଭାରେ ସଞ୍ଜୁକ୍ତା ବେହେରା ସଭ୍ୟମାନଙ୍କୁ ଜଗନ୍ନାଥଙ୍କ ଚେତନା ଓ ଦର୍ଶନ ଜ୍ଞାନ ଆହରଣ କରିବା ପାଇଁ ପରାମର୍ଶ ଦେଇଥିଲେ। ପଦ୍ମଚରଣ ବେଉରା ଆଲୋଚନା ଆରମ୍ଭ କରି ନିଃସ୍ଵାର୍ଥ ଭାବରେ କାମ କରିବା ପାଇଁ ଆହ୍ୱାନ ଦେଇଥିଲେ। ଦିବାକର ପାତ୍ର ମହୋଦୟ ବିଗତ ୨୦୦୭ ମସିହାରୁ ବହୁ ଚେଷ୍ଟା କରି ମଧ୍ୟ ଏହାକୁ ସର୍ବଭାରତୀୟ ସ୍ତରରେ ପହଞ୍ଚାଇ ନପାରିବାରୁ କ୍ଷୋଭ ପ୍ରକାଶ କରିଥିଲେ। ଶେଷରେ ଉପସ୍ଥିତ ଥିବା ଅରୁପାନନ୍ଦ ମହାରଣା ଉକ୍ତ ଲୋକ କଳାକୁ ସୁଦୁର ପ୍ରସାର କରିବା ପାଇଁ ମତବ୍ୟକ୍ତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସସ୍ମିତା ମହାନ୍ତି , ସୁଭଦ୍ରା ସ୍ବାଇଁ, ସବିତା ପାତ୍ର,କବିତା ଲେଙ୍କା, ସୁଲୋଚନା ସାହୁ, ସସ୍ମିତା ଦାସ, ସୁମିତ୍ରା ସାହୁ, ମଞ୍ଜୁଲତା ଲେଙ୍କା, ବିରଞ୍ଚିନାରାୟଣ ପାଣି, ରୋଜାଲିନ ପଣ୍ଡା, ସୁଜାତା ସାହୁ ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ। ସଭା ଶେଷରେ ଉପମା ଖୁଣ୍ଟିଆ ଧନ୍ୟବାଦ ଦେଇ ସଭା ସାଙ୍ଗ କରିଥିଲେ।
#news odia odisha#angul #dhenkanal

Leave a comment