ଜିରାଳ ତାରିଣୀ ପଡିଆରେ ଅମର ସହିଦ ବିଏସଏଫ ସନ୍ତୋଷ କୁମାର ବେହେରା

ଅମର ସହିଦ ବିଏସଏଫ ଜବାନ ସନ୍ତୋଷ କୁମାର ବେହେରାଙ୍କ ମରଶରିର ଭୁବନ ଜିରାଳରେ ପହଁଞ୍ଚିଛି। ସନ୍ତୋଷଙ୍କ ମୃତ୍ୟୁକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ତାଙ୍କର ମରଶରିରକୁ ଭବ୍ୟ ସ୍ବାଗତ ଜଣା ଯାଇଛି। ସନ୍ତୋଷଙ୍କୁ ପ୍ରଥମେ ପାଠ ପଢୁଥିବା ଜିରାଳ କଲେଜକୁ ନିଆଯାଇଥିଲା। ପରେ  ଶୋଭାଯାତ୍ରା କରି ଜିରାଳ ସ୍ଥିତ କୁମ୍ଭାରସାହି ଘରକୁ ନିଆ ଯାଇଥିଲା। ସନ୍ତୋଷଙ୍କ ଶେଷ ଦର୍ଶନ ପାଇଁ ଘର ପାଖରେ ନାହିଁ ନଥିବା ଭିଡ ଜମିଥିଲା  ।  ମୃତ୍ୟୁରେ ପରିବାର ଲୋକମାନେ ଭାଙ୍ଗି ପଡିଛନ୍ତି। ଏକମାତ୍ର ପୁଅ ସତ୍ୟବାନ  ଓ ସ୍ତ୍ରୀ ସବିତା ବେହେରା ତାଙ୍କ ପାଖରେ ଉତ୍ତରପ୍ରଦେଶ ବରେଲିରେ ରହୁଥିବା ବେଳେ ଖାଦ୍ୟ ସମସ୍ୟାକୁ ନେଇ ସନ୍ତୋଷଙ୍କର ମୃତ୍ୟୁ ହୋଇଥିବା ସ୍ତ୍ରୀ ପ୍ରକାଶ କରିଛନ୍ତି।  ତେବେ ସନ୍ତୋଷଙ୍କୁ ସାଙ୍ଗସାଥି ତଥା ଗ୍ରାମବାସୀ ସମସ୍ତେ ଆଖିରୁ ଲୁହ ଝରାଇ ଝୁରୁଥିବା ବେଳେ ଅମର ସହିଦ ସନ୍ତୋଷ ବେହେରା ଓ ଭାରତ ମାତା ଜୟ ନାରାରେ ଜିରାଳ ଗ୍ରାମ ଫାଟି ପଡୁଛି।
     

  ଅମର ସହିଦ ବିଏସଏଫ ଜବାନ ବୀର ସନ୍ତୋଷ କୁମାର ବେହେରାଙ୍କୁ ଗ୍ରାମରେ ଶୋଭାଯାତ୍ରା ପରେ ଜିରାଳ ତାରିଣୀ ପଡିଆରେ ଶେଷକୃତ୍ୟ ସଂପନ୍ନ ହୋଇଛି। ଏହି ଅବସରରେ ଅମର ସହିଦଙ୍କୁ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଥିଲା। । ଶେଷ ଦର୍ଶନ କରିବା ପାଇଁ ଶ୍ମସାନରେ ଅଞ୍ଚଳବାସୀଙ୍କ ଭିଡ ଜମିଥିଲା । ଯୁବକ ସଂଘର ମୁଖ୍ୟ ଚିତ୍ତରଞ୍ଜନ ପରିଡ଼ା ପୁଷ୍ପଗୁଚ୍ଛ ଦେଇ ସହିଦଙ୍କୁ ଭବ୍ୟ ବିଦାୟ ଦେଇଥିଲେ। ତେବେ ସନ୍ତୋଷଙ୍କ ସାଙ୍ଗ ସାଥି ତଥା ଗ୍ରାମବାସୀ ସମସ୍ତେ ଆଖିରୁ ଲୁହ ଝରାଇ ଝୁରୁଥିବା ବେଳେ ଅମର ସହିଦ ଜୟଗାନରେ ତାରିଣୀ ପଡିଆ କମ୍ପି ଉଠିଥିଲା।

#dhenkanal

#news odia odisha

Leave a comment

Design a site like this with WordPress.com
Get started