କନ୍ଧମାଳ ଜିଲ୍ଲାର ବ୍ରlହ୍ମଣୀଗାଁ ମେଡିକାଲ ରେ ଇନଚାର୍ଜ ଙ୍କୁ ଘେରିଲେ ଅଞ୍ଚଳବାସି

ବ୍ରାହ୍ମଣୀଗାଁ ମେଡ଼ିକାଲ ର ବିଭିନ୍ନ ସମସ୍ୟା ର ସମାଧାନ  ଦାବୀରେ ଇନଚାର୍ଜ ଙ୍କୁ ଘେରିଲେ ଅଞ୍ଚଳ ବାସୀ

ଦାରିଙ୍ଗବାଡି  କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ ମେଡ଼ିକାଲ ରେ ଲାଗି ରହିଛି ବିଭିନ୍ନ ସମସ୍ୟା, ବିଭାଗୀୟ କର୍ତ୍ତୃପକ୍ଷ ଙ୍କ ତଦାରଖ ର ଅଭାବ ହେତୁ ଅନେକ କାର୍ଯ୍ୟ ଅଧ ପନ୍ତରିଆ ହୋଇ ପଡ଼ିରହି ଥିବା ବେଳେ, ମେଡିକାଲ କର୍ମଚାରି ମାନଙ୍କ ଖାମ ଖିଆଲି ମନୋଭାବ ପ୍ରଦର୍ଶନ କୁ ନେଇ ଅଞ୍ଚଳ ବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି। ବୁଧବାର ଦିନ ଦାରିଙ୍ଗବାଡି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ର ଇନଚାର୍ଜ ଯାକେଶ ସାମନ୍ତ ରାୟ ବ୍ରାହ୍ମଣୀଗାଁ ମେଡ଼ିକାଲ ପରିଦର୍ଶନ ରେ ଆସି ଥିବା ବେଳେ ମେଡ଼ିକାଲ ରେ ଲାଗି ରହିଥିବା ବିଭିନ୍ନ ସମସ୍ୟା ସମାଧାନ ପାଇଁ ଅଞ୍ଚଳ ବାସୀ ତାଙ୍କୁ ଘେରିଥିଲେ,
ବ୍ରାହ୍ମଣୀଗାଁ ଠାରୁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ର ଦୂରତା ୪୦କିମି ହେଉଥିବା ବେଳେ ଆଭ୍ୟନ୍ତରୀଣ ଗ୍ରାମ ଗୁଡ଼ିକ ପ୍ରାୟ ୬୦ରୁ ୭୦କିମି ଦୂର ରେ ଅବସ୍ଥିତ ଦୁର୍ଗମ ଅଞ୍ଚଳ ରେ ଜରୁରୀ କାଳୀନ ରୋଗୀ ସେବା ପହଞ୍ଚାଇବା ପାଇଁ ବିଶେଷ କରି ଗର୍ଭବତୀ ମହିଳା ମାନଙ୍କ କ୍ଷେତ୍ରରେ ସେବା ଯୋଗାଇବା ପାଇଁ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କ ସ୍ବତନ୍ତ୍ର ଆଗ୍ରହ ରେ ଏଠାରେ ଏକ ପ୍ରସବ କେନ୍ଦ୍ର ସ୍ଥାପନ କରାଯାଇଛି, ଏହି ସୁବିଧା ଥିବାରୁ କନ୍ଧମାଳ, ଗଜପତି ଗଞ୍ଜାମ ଓ ରାୟଗଡ଼ା ଜିଲ୍ଲା ସୀମାନ୍ତ ଗ୍ରାମ ଗୁଡ଼ିକ ରୁ ଗର୍ଭବତୀ ମହିଳା ମାନେ ରାତ୍ରି ଅଧ ରେ ମଧ୍ୟ ଜରୁରୀ କାଳୀନ ସେବା ପାଇଁ ଏଠାକୁ ଆସନ୍ତି ।  ଦୁଃଖ ର ବିଷୟ ଅନେକ ଥର ରାତ୍ରି ସମୟ ରେ ଡାକ୍ତର ଓ ନର୍ସ ମାନେ ଅନୁପସ୍ଥିତ ରହୁଥିବା ଏବଂ ଏଠି କାର୍ଯ୍ୟରତ ଡ଼ାକ୍ତର ପ୍ରାୟ ସମୟ ନିଶାସକ୍ତ ଅବସ୍ଥାରେ ରହୁଥିବା ରୁ  ରାତ୍ରି ସମୟ ରେ ଯେତେ ଡ଼ାକିଲେ ବି ଉଠନ୍ତି ନାହିଁ ବୋଲି ଅଭିଯୋଗ ହେଉଛି, ଅନ୍ୟ ପକ୍ଷରେ ଡାକ୍ତର ଛୁଟି ରେ ଗଲେ ତାଙ୍କ ସ୍ଥାନ ରେ ଅନ୍ୟ କେହି ଡାକ୍ତର ରହୁ ନ ଥିବାରୁ ରୋଗୀ ସେବା ବାଧା ପ୍ରାପ୍ତ ହେଉଛି । ଗର୍ଭବତୀ ମହିଳା ମାନେ ମେଡ଼ିକାଲ ରେ ରହି ଚିକିତ୍ସା ହେବାପାଇଁ କୌଣସି ସୁବିଧା ନାହିଁ। ରୋଗୀ ମାନଙ୍କ ସଂଖ୍ୟା ବଢୁଥିବାରୁ ଅତିରିକ୍ତ ଡାକ୍ତର ଓ ନର୍ସ ଙ୍କ ର ଆବଶ୍ୟକତା ରହିଛି। ମେଡ଼ିକାଲ ରେ ଭିତ୍ତି ଭୂମି ର ଆବଶ୍ୟକତା ରହିଛି। ଅନେକ କାର୍ଯ୍ୟ ଅଧାପନ୍ତରିଆ ଭାବେ ପଡ଼ି ରହିଛି। ଏହି ସମସ୍ତ ସମସ୍ୟା ପ୍ରତି ବିଭାଗୀୟ କର୍ତ୍ତୃପକ୍ଷ ଆଦୌ ଦୃଷ୍ଟି ଦେଉ ନଥିବା ଅଭିଯୋଗ କରିଥିଲେ।
ସମସ୍ତ ଅଭିଯୋଗ ଶୁଣିବା ପରେ ଇନଚାର୍ଜ ଡାକ୍ତର ଶ୍ରୀ ରାୟ ଲୋକଙ୍କୁ ବୁଝା ଶୁଝା କରି  କାର୍ଯ୍ୟରତ ଡାକ୍ତର ଙ୍କୁ ସଠିକ୍ ଭାବେ ରୋଗୀ ସେବା ପ୍ରଦାନ କରିବା କ୍ଷେତ୍ର ରେ ନିର୍ଦ୍ଦେଶ ଦେବା ସହ ପ୍ରସବ ପାଇଁ ଆଉଜଣେ ନର୍ସ ଙ୍କୁ ନିଯୁକ୍ତି କରିବେ ଏବଂ ମେଡ଼ିକାଲ ପରିସର ରେ ଅର୍ଦ୍ଧ ନିର୍ମିତ କୋଠା ଗୁଡ଼ିକୁ ପୂର୍ଣ୍ଣାଙ୍ଗ କରି ପ୍ରସୂତୀ ପ୍ରକୋଷ୍ଠ ନିର୍ମାଣ କରିବା ଉଚ୍ଚ କର୍ତ୍ତୃପକ୍ଷ ଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ।
ପ୍ରତିଶ୍ରୁତି ପାଳନ କରା ନ ଗଲେ ଆଗାମୀ ଦିନ ରେ ଏହା ଆନ୍ଦୋଳନର ରୁପ ନେବ ବୋଲି ଝିଞ୍ଜିରିଗୁଡ଼ା ସରପଞ୍ଚ ଚାନ୍ଦିନୀ ପ୍ରଧାନ ସମେତ ଉପସ୍ଥିତ ଅଞ୍ଚଳ ବାସୀ ଚେତାବନୀ ଦେଇଛନ୍ତି ।

Leave a comment

Design a site like this with WordPress.com
Get started