ଜିଲ୍ଲା ଆଥଲେଟିକ୍ ଆସୋସିଏସନ’ ପକ୍ଷରୁ ଆୟୋଜିତ ଷଷ୍ଠ ଅଲ ଇଣ୍ଡିଆ ଇନଭିଟେସନ ଫୁଟବଲ ଟୁର୍ଣ୍ଣାମେଣ୍ଟ ସମାରୋହ ରେ କେନ୍ଦ୍ରମନ୍ତ୍ରୀ

ଢେଙ୍କାନାଳ ଜିଲ୍ଲା ଆଥଲେଟିକ୍ ଆସୋସିଏସନ’ ପକ୍ଷରୁ ଆୟୋଜିତ ଷଷ୍ଠ ଅଲ ଇଣ୍ଡିଆ ଇନଭିଟେସନ ଫୁଟବଲ ଟୁର୍ଣ୍ଣାମେଣ୍ଟ ସମାରୋହ ରେ କେନ୍ଦ୍ରମନ୍ତ୍ରୀ

ଢେଙ୍କାନାଳର ଯୁବଶକ୍ତିଙ୍କ ମଧ୍ୟରେ ଫୁଟବଲ ଓ ଅନ୍ୟାନ୍ୟ ଖେଳ ପ୍ରତି ଆଗ୍ରହ ବଢାଇବା ଲକ୍ଷ୍ୟରେ ଜିଲ୍ଲା କ୍ରୀଡ଼ା ସଂଘ ପକ୍ଷରୁ ଆୟୋଜିତ ‘ଷଷ୍ଠତମ ଜାତୀୟସ୍ତରୀୟ ଆମନ୍ତ୍ରଣୀୟ ଫୁଟବଲ ପ୍ରତିଯୋଗିତା’ର ଉଦଯାପନୀ ସମାରୋହରେ ଯୋଗଦେଇ ଖେଳାଳୀମାନଙ୍କୁ ପୁରସ୍କୃତ କଲି । ଆଜି ସେଣ୍ଟରାଲ ରେଲଓ୍ୱେ ଟିମ, ମୁମ୍ବାଇ ଓ କେରଳ ଷ୍ଟେଟ୍ ଇଲେକ୍ଟ୍ରିସିଟି ବୋର୍ଡ, କେରଳ ମଧ୍ୟରେ ଅନୁଷ୍ଠିତ ଫାଇନାଲ ମ୍ୟାଚ୍ ବହୁତ ଆକର୍ଷଣୀୟ ଥିଲା । ଉଭୟ ଦଳ ଭଲ ଖେଳିଲେ । ବିଜୟୀ ଟିମ ସେଣ୍ଟରାଲ ରେଲଓ୍ୱେ ଟିମ, ମୁମ୍ବାଇକୁ ଶୁଭେଚ୍ଛା ।  

ଖେଳ ଆମ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ । ଢେଙ୍କାନାଳ ଜିଲ୍ଲା ଆଥଲେଟିକ୍ ଆସୋସିଏସନ ଏହି ଫୁଟବଲ ମ୍ୟାଚ୍ ମାଧ୍ୟମରେ ଜିଲ୍ଲାରେ କ୍ରୀଡ଼ାର ବିକାଶ ପାଇଁ ଯେଉଁ ଉଦ୍ୟମ କରୁଛି, ତାହା ପ୍ରଶଂସନୀୟ । ଆପଣମାନଙ୍କ ପ୍ରଚେଷ୍ଟା ଆମ ଅଞ୍ଚଳର ପ୍ରତିଭାବାନ ଯୁବବର୍ଗଙ୍କୁ ଆଗାମୀ ୨୦୩୬ ଅଲିମ୍ପିକ୍ସ ପାଇଁ ପ୍ରସ୍ତୁତି କରାଇବାରେ ସହାୟକ ହେବ । ଏହି ସାଧୁ ଉଦ୍ୟମ ପାଇଁ ଆସୋସିଏସନର ସମସ୍ତ ସଦସ୍ୟଙ୍କୁ ଧନ୍ୟବାଦ ଜଣାଇଲେ କେନ୍ଦ୍ରଶିକ୍ଷା ମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ

Leave a comment

Design a site like this with WordPress.com
Get started