

କାବରା ମାଧପୁର ବ୍ରଜନାଥ ବଡ଼ଜେନା ବିଦ୍ୟାପୀଠ ୧୯୭୯ ମେଟ୍ରିକ ବ୍ୟାଚର ବନ୍ଧୁମିଳନ
ରିପୋଟର -ତାପସଦାସ
ଢେଙ୍କାନାଳ କାବେରା ମାଧପୁର ବ୍ରଜନାଥ ବଡ଼ଜେନା ବିଦ୍ୟାପୀଠ ୧୯୭୯ମେଟ୍ରିକ ଵ୍ୟାଚ ର ବନ୍ଧୁ ମିଳନ ଅନୁଷ୍ଠିତ ଓ ପୂଜ୍ୟପୂଜା କାର୍ଯ୍ୟକ୍ରମ ଚିରୁଳେଇ ସ୍ଥିତ ଅକ୍ଷୟ ଗାର୍ଡେନ ଠାରେ ଅନୁଷ୍ଠିତ ହୋଇଯାଇଛି l ଉକ୍ତ ବିଦ୍ୟାପୀଠର ପ୍ରାକ୍ତନ ଶିକ୍ଷକ ମାନଙ୍କୁ ପୁଷ୍ପ ଗୁଚ୍ଛ ସହିତ ଔପଢୌକାନ ପ୍ରଦାନ ସହିତ ସମ୍ମାନିତ କରାଯାଇଥିଲା l ଇହଲୀଳା ତ୍ୟାଗ କରିଥିବା ଗୁରୁଜୀ ଓ ସହପାଠୀ ସହପାଠିନୀ ମାନଙ୍କ ଉଦ୍ଦେଶ୍ୟରେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା l ସେତେବେଳର ପ୍ରଧାନ ଶିକ୍ଷକ ଶ୍ରୀ ଦଶରଥ ନନ୍ଦ ସପତ୍ନୀକ ଯୋଗଦେଇ ଉପସ୍ଥିତ ଛାତ୍ରଛାତ୍ରୀଙ୍କ ପିଲାମାନଙ୍କ କୀର୍ତ୍ତିକଳାପ ଗୁଡିକ ସମ୍ପର୍କରେ ମନେପକାଇ ସେମାନଙ୍କୁ ଆଶୀର୍ବାଦ କରିଥିଲେ l ଇଂରାଜୀ ଶିକ୍ଷକ ଶ୍ରୀ ଶ୍ରୀକାନ୍ତ ପଣ୍ଡା ଓ ସାମାଜିକ ବିଜ୍ଞାନ ଶିକ୍ଷକ ଦେବଦତ୍ତ ଭଞ୍ଜ ଯୋଗଦେଇ ସ୍କୁଲ ସମୟର ଘଟଣାବଳୀ ଉପରେ ସ୍ମୃତି ଚାରଣ କରିଥିଲେ l
Leave a comment