ସଦର ବ୍ଲକ ଚାଉଳିଆ ଗ୍ରାମର ସ୍ୱାସ୍ଥ୍ୟ କେନ୍ଦ୍ର ର ଅବ୍ୟଵେବସ୍ତା ଯାତୟlତ ଠପ

ସଦର ବ୍ଲକର ଚାଉଳିଆ ଗ୍ରାମର ଗୋଷ୍ଠି ସ୍ଵାସ୍ଥ୍ୟରେ କେନ୍ଦ୍ର ରେ ଅଵ୍ୟ ଵେବସ୍ଥା ଠପ

ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ୍ ଅନ୍ତର୍ଗତ ଚାଉଳିଆ ଗ୍ରାମ ରେ ଥିବା  ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ର ଉପରେ ଆଖପାଖ  ୮/୧୦ ଟି ଗ୍ରାମ ର ଲୋକ ନିର୍ଭର କରନ୍ତି ଏବଂ ଏହି ସ୍ୱାସ୍ଥ୍ୟକେନ୍ଦ୍ର ପ୍ରତି ଦିନ ଖୋଲା ରହେ ଓ ପ୍ରତିଦିନ ଛୋଟ ପିଲା ଠାରୁ ଆରମ୍ଭ କରି ବୃଦ୍ଧ ପର୍ଯ୍ୟନ୍ତ ବିଭିନ୍ନ ରୋଗୀ ଆସନ୍ତି । ଏବଂ ମାସର ପ୍ରଥମ ବୁଧବାର ଦିନ ଶିଶୁ ଓ ଗର୍ଭବତୀ ମହିଳା ମାନେ ମଧ୍ୟ ଟୀକା ନେବା ପାଇଁ ଆସନ୍ତି ମାତ୍ର ଗତ ୬/୭ ମାସ ହେବ ଉକ୍ତ ସ୍ୱାସ୍ଥ୍ୟକେନ୍ଦ୍ର ସାମ୍ନା ରେ ଏକ ପାଣିଟାଙ୍କି ନିର୍ମାଣ କରାଯାଉଛି । ପାଣିଟାଙ୍କି ନିର୍ମାଣ କରୁଥିବା ସଂସ୍ଥା ଏହି ସ୍ୱାସ୍ଥ୍ୟକେନ୍ଦ୍ର କୁ ଯାଇଥିବା ଏକ ମାତ୍ର ରାସ୍ତା ତଥା ସ୍ବାସ୍ଥ୍ୟ କେନ୍ଦ୍ର ର ଗେଟ୍ ସାମ୍ନା ରେ ଲୁହାରଡ,ଗୋଡ଼ି ରଖି ଗତ ୫ ମାସ ହେବ ରାସ୍ତା ବନ୍ଦ୍ ରଖିଥିଲା ଏବେ ସେସବୁ କୁ ଉଠେଇ ସାରିବା ପରେ ପୁଣି ମାଟି ଗଦା କରିଛି ଓ ସିମେଣ୍ଟ ର ସ୍ଲାପ୍ ପକେଇ ରଖି ଥିବାର ଅଭିଯୋଗ ହୋଇଛି ।  ଫଳରେ ସ୍ବାସ୍ଥ୍ୟ କେନ୍ଦ୍ର ମଧ୍ୟ କୁ ପ୍ରବେଶ କରିବାରେ ରୋଗୀ ମାନଙ୍କୁ ଅସୁବିଧା ର ସମ୍ମୁଖୀନ ହେବାକୁ ପଡୁଛି ।

Leave a comment

Design a site like this with WordPress.com
Get started