ପୂର୍ବ ଶତ୍ରୁତା କୁ କେନ୍ଦ୍ରକରୀ ହତ୍ୟା ନବବର୍ଷ ରେ କୁରାଡ଼ି ରେ ଖଣ୍ଡ ଖଣ୍ଡ କରି ହାଣିଦେଲା

ନୂଆବର୍ଷରେ ଯୁବକଙ୍କୁ ପିଟିପିଟି ମାରିଲା: କୁରାଢ଼ିରେ ଖଣ୍ଡଖଣ୍ଡ କରି ହାଣିଦେଲା
ଢେଙ୍କାନାଳ ଜିଲ୍ଲା ପର୍ଜଙ୍ଗ ଥାନା ଅଧିନ ବସୋଇ ଗାଁଦାଣ୍ଡରେ ଆଜି ଅପରାହ୍‌ଣରେ ଜଣେ ଯୁବକଙ୍କୁ ଅନ୍ୟ ଜଣେ ଅତି ବୀଭତ୍ସ ଭାବେ ହତ୍ୟା କରିଛି। ହତ୍ୟା ପରେ ମୃତ ଯୁବକଙ୍କର ଶରୀରରୁ ହାତ ଗୋଡ଼ ଓ ମୁଣ୍ଡ ଅଲଗା କରିଦେଇଛି।

ପର୍ଜଙ୍ଗ: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ଯୁବକ ରକ୍ତମୁଖା ହୋଇଛି। ନୂଆବର୍ଷ ପାଇଁ ଲୋକେ ଉତ୍ସବ ପାଳନ ସହ ଉତ୍ସାହିତ ଥିବା ବେଳେ ରକ୍ତମୁଖା ଯୁବକ ଉଗ୍ରରୂପ ଧାରଣ କରିଛି। ଢେଙ୍କାନାଳ ଜିଲ୍ଲା ପର୍ଜଙ୍ଗ ଥାନା ଅଧିନ ବସୋଇ ଗାଁଦାଣ୍ଡରେ ଆଜି ଅପରାହ୍‌ଣରେ ଜଣେ ଯୁବକଙ୍କୁ ଅନ୍ୟ ଜଣେ ଅତି ବୀଭତ୍ସ ଭାବେ ହତ୍ୟା କରିଛି। ମୃତ ବ୍ୟକ୍ତି ହେଲେ ରାକେଶ ସେଠୀ (୨୮)। ଅଭିଯୁକ୍ତ ସରୋଜ ବିଶ୍ବାଳ (୩୫) ହତ୍ୟାକାଣ୍ଡ ପରେ ଫେରାର ଅଛି।
ପୁଲିସ ସୂଚନା ଅନୁସାରେ ରାକେଶ ସେଠୀ ଓ  ପଙ୍କଜ ବିଶ୍ବାଳଙ୍କ ମଝିଆ ପୁଅ ସରୋଜଙ୍କ ମଧ୍ୟରେ କୌଣସି କାରଣକୁ କେନ୍ଦ୍ର କରି ଶତ୍ରୁତା ଥିଲା। ରାକେଶଙ୍କୁ ହତ୍ୟା କରିବା ପାଇଁ ସରୋଜ ବହୁଦିନ ହେଲା ଯୋଜନା କରିଥିଲା। ନୂଆବର୍ଷ ତା’ ପାଇଁ ଶ୍ରେଷ୍ଠ ସୁଯୋଗ ମନେ କରିଥିଲା। ଆଜି ଅପରାହ୍‌ଣରେ ରାକେଶ ଗାଁ ଦାଣ୍ଡରେ ଯାଉଥିବା ସମୟରେ ସରୋଜ ଅତର୍କିତ ଭାବେ ଆକ୍ରମଣ କରିଥିଲା। ଠେଙ୍ଗାରେ ଆକ୍ରମଣର ଶିକାର ‌ହୋଇଥିବା ରାକେଶ ତଳେ ପଡ଼ି ଯାଇଥିଲା। ଏହାପରେ ରକ୍ତମୁଖା ସରୋଜ ଜୀବନ ଶେଷ କରିବା ପର୍ଯ୍ୟନ୍ତ ରାକେଶକୁ ପିଟି ଚାଲିଥିଲା। ଯେତ‌େବେଳେ ରାକେଶର ପ୍ରାଣବାୟୁ ଉଡ଼ିଯାଇଥିଲା, ଘଟଣାସ୍ଥଳରୁ ପଳାଇ ଯାଇଥିଲା। ପ୍ରତକ୍ଷ୍ୟଦର୍ଶୀ ଘଟଣାକୁ ଆଖି ଆଗରେ ଦେଖୁଥିଲେ ମଧ୍ୟ ସରୋଜକୁ ଅଟକାଇ ପାରି ନଥିଲେ। କାରଣ ସରୋଜ ଯେଉଁ ଅବସ୍ଥାରେ ଥିଲା, ଅନ୍ୟମାନେ ଯଦି ସାମ୍ନାକୁ ଆସିଥାନ୍ତେ, ସେମାନଙ୍କର ପାଇଁ ବିପଦ ଆସିଥାନ୍ତା। ରାକେଶଙ୍କ ମୃତ୍ୟୁ ପରେ ସରୋଜ ଏତିକିରେ ଅଟକି ନଥିଲା। ରାକେଶର ମୃତ୍ୟୁର ଅଳ୍ପ ସମୟରେ ସରୋଜ କୁରାଢ଼ୀକୁ ରକ୍ତରଂଜିତ କରି ଦେଇଥିଲା। ରାକେଶର ମରଶରୀରରୁ ଗୋଡ଼, ହାତ, ମୁଣ୍ଡ ଅଲଗା କରିଦେଇଥିଲା। କ୍ଷତବିକ୍ଷତ ଶରୀରକୁ ହାଣି ଖଣ୍ଡଖଣ୍ଡ କରି ଚାରିଆଡେ ଫିଙ୍ଗିଥିଲାl ଏହା ପରେ ସେ ସ୍ତ୍ରୀ ସୁଭଦ୍ରା ସେଠୀ ଓ ସହ ପୁଅକୁ ମଧ୍ୟ ହାଣିବାକୁ ଗୋଡ଼ାଇ ଥିଲା। ସୌଭାଗ୍ୟବଶତଃ ସୁଭଦ୍ରା ନିଜେ ଓ ତାଙ୍କର ପୁଅ ବଞ୍ଚି ଯାଇଛନ୍ତି। କିନ୍ତୁ ସ୍ବାମୀଙ୍କୁ ମୃତ୍ୟୁ ପରେ ଭାଙ୍ଗି ପଡ଼ିଛନ୍ତି। ଛୋଟଛୋଟ ପୁଅ ୨ଟିକୁ କେମିତି ବଡ଼ ମଣିଷ କରିବେ ସେନେଇ ଚିନ୍ତାରେ ପଡ଼ିଯାଇଛନ୍ତି। ସରୋଜର ଉଗ୍ର ରୂପ ଦେଖି ଲୋକେ ଭୟଭୀତ ହୋଇଯାଇଥିଲେ। ଲୋକେ ଭୟରେ ଗାଁରେ ତାଟି-କବାଟ ବନ୍ଦ କରିଦେଇ ପୁଲିସକୁ ସୂଚନା ଦେଇଥିଲେ। ଖବର ପାଇ କାମାକ୍ଷାନଗର ଏସ୍‌ଡିପିଓ ଜ୍ଞାନରଞ୍ଜନ ମିଶ୍ର,ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ଯୁବକ ରକ୍ତମୁଖା ହୋଇଛି। ନୂଆବର୍ଷ ପାଇଁ ଲୋକେ ଉତ୍ସବ ପାଳନ ସହ ଉତ୍ସାହିତ ଥିବା ବେଳେ ରକ୍ତମୁଖା ଯୁବକ ଉଗ୍ରରୂପ ଧାରଣ କରିଛି। ଢେଙ୍କାନାଳ ଜିଲ୍ଲା ପର୍ଜଙ୍ଗ ଥାନା ଅଧିନ ବସୋଇ ଗାଁଦାଣ୍ଡରେ ଆଜି ଅପରାହ୍‌ଣରେ ଜଣେ ଯୁବକଙ୍କୁ ଅନ୍ୟ ଜଣେ ଅତି ବୀଭତ୍ସ ଭାବେ ହତ୍ୟା କରିଛି। ମୃତ ବ୍ୟକ୍ତି ହେଲେ ରାକେଶ ସେଠୀ (୨୮)। ଅଭିଯୁକ୍ତ ସରୋଜ ବିଶ୍ବାଳ (୩୫) ହତ୍ୟାକାଣ୍ଡ ପରେ ଫେରାର ଅଛି।

ପର୍ଜଙ୍ଗ ଥାନା ଅଧିକାରୀ ପ୍ରିୟବ୍ରତ ଦାସଙ୍କ ସମେତ ପୂରା ପୁଲିସ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି। ଏକ ହତ୍ୟା ମାମଲା ରୁଜୁ କରି ପୁଲିସ ଛାନ୍‌ଭିନ୍‌ ଜାରି ରଖିଛି। ହତ୍ୟା ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର ମାରିଛି।

ଢେଙ୍କାନାଳ ରୁ ତାପସଦାସ ଙ୍କ ରିପୋର୍ଟ

Leave a comment

Design a site like this with WordPress.com
Get started