ଭାରତୀୟ ପାଦଦିକ ସେନାବାହିନୀରେ କାର୍ଯ୍ୟରତ ରିଙ୍କୁ ସାମଲ ଙ୍କ ଦେହାନ୍ତ, ଶେଷ ଦର୍ଶନ କଲେ ବିଜେଡି ର ପୂର୍ବତନ ସାଂସଦ ମହେଶସାହୁ

ଭାରତୀୟ ପଦାଦିକ ସେନାବାହିନୀରେ କାର୍ଯ୍ୟରତ୍ତ ରିଙ୍କୁ ସାମଲ ଙ୍କ ଦେହାନ୍ତ ଶେଷ ଦର୍ଶନ କଲେ ବିଜେଡି ପୂର୍ବତନ ସାଂସଦ ମହେଶସାହୁ

ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ନିର୍ବାଚନ ମଣ୍ଡଳୀର ଜଣେ ଯବାନଙ୍କ ଦେହାନ୍ତ ହୋଇଯାଇଛି। ଖବରରୁ ପ୍ରକାଶ ଯେ, ରାସୋଳ ଥାନା ଅନ୍ତର୍ଗତ  କୁନୁଆ ପଂଚାୟତର ବୁଦ୍ଧଦେବ ସାମଲଙ୍କ ପୁଅ ରିଙ୍କୁ ସାମଲ(୨୩) ଭାରତୀୟ ସେନା ବାହିନୀରେ ଆସାମ ରାଇଫଲସ ର ଯବାନ ଭାବରେ କାର୍ଯ୍ୟରତ୍ତ ଥିଲେ। ତେବେ ଘରକୁ ଛୁଟିରେ ଆସି ଚାକିରୀ କ୍ଷେତ୍ରକୁ ବାହାରୁଥିବା ବେଳେ ଅସୁସ୍ଥତା ଅନୁଭବ କରିବାରୁ ୪ଦିନ ତଳେ ପରିବାର ବର୍ଗ ତାଙ୍କୁ ଭୁବନେଶ୍ୱର ସମ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ ମାତ୍ର ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ରାତିରେ ତାଙ୍କ ଦେହାନ୍ତ ହୋଇଥିଲା। ସୈନ୍ୟ ବିଭାଗ ତରଫରୁ  କ୍ୟାପିଟାଲ ହସ୍ପିଟାଲ ଶବ ବ୍ୟବଚ୍ଛେଦ ପରେ ହସ୍ପିଟାଲ ପରିସରରେ ବୀର ଯବାନଙ୍କୁ ମରାଶରୀରକୁ ଜାତୀୟପତାକାରେ ଆଚ୍ଛାଦିତ କରାଯିବା ସହ ତୋପ ସାଲାମୀ ସହ ରାଷ୍ଟ୍ରୀୟ ମର୍ଯ୍ୟାଦା ସମ୍ନାନ ଦିଆ ଯାଇଥିଲା ଏବଂ ସେଠାରେ ଆର୍ମି ବିଭାଗର ପଦସ୍ଥ ଅଧିକାରୀ ବୃନ୍ଦ ଶେଷ ସମ୍ନାନ ଦେଇଥିଲେ ଏବଂ ମୃତ୍ୟୁ ଶରୀରକୁ ରାଷ୍ଟ୍ରୀୟ ମର୍ଯ୍ୟାଦା ସହକାରେ ତାଙ୍କ ଗ୍ରାମ କୁନୁଆ କୁ ଅଣାଯାଇ ଗ୍ରାମ ସ୍ମଶାନ ରେ ସଂସ୍କାର କରାଯାଇଥିଲା।

ଢେଙ୍କାନାଳ ସଦର ରୁ ତାପସଦାସ ଙ୍କ ରିପୋର୍ଟ

Leave a comment

Design a site like this with WordPress.com
Get started