ଦସ୍ତଖତ ଅଭିଯାନ

ଦସ୍ତଖତ ଅଭିଯାନ

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡ ଖଜୁରିଆକଟା ସ୍ଥିତ ବହୁପୁରାତନ ଅଗ୍ରଣୀ ଶିକ୍ଷାନୁଷ୍ଠାନ ହିନ୍ଦୋଳ ମହାବିଦ୍ୟାଳୟରେ ବିଗତ ୨୦୦୮ ମସିହାରୁ ୨୦୧୮ ମସିହା ପର୍ଯ୍ୟନ୍ତ କାର୍ଯ୍ୟରତ ଅଣ- ଅନୁଦାନ ପ୍ରାପ୍ତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀମାନେ ମହାବିଦ୍ୟାଳୟ ପରିଚାଳନା କମିଟି ଠାରୁ ସ୍ୱଳ୍ପ ବେତନ ପାଇ ମହାବିଦ୍ୟାଳୟ କାର୍ଯ୍ୟ କରିବା ସହ ରାଜ୍ୟ ସରକାରଙ୍କ ନିର୍ବାଚନ କାର୍ଯ୍ୟ ଓ ଲୋକାଭିମୁଖୀ କାର୍ଯ୍ୟକୁ ସୁଚାରୁରୂପେ ସମ୍ପାଦନ କରି ଆସୁଅଛନ୍ତି l  ଗୋଟିଏ ଶିକ୍ଷାନୁଷ୍ଠାନରେ ସମାନ କାମକୁ ସମାନ ବେତନ ଏବଂ ପୂର୍ଣ୍ଣ ଅନୁଦାନ ଦାବିନେଇ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଓଡିଶା ରାଜ୍ୟ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ସଙ୍ଘ ପକ୍ଷରୁ ସ୍ଥାନୀୟ ବୁଦ୍ଧିଜୀବୀ ଓ ସଚେତନ ନାଗରୀକଙ୍କ ଠାରୁ ଦସ୍ତଖତ ଅଭିଯାନ ଚାଲୁରହିଛି l

୧୦ ତାରିଖ ଦିନ ରାଜ୍ୟ ସଭାପତି ବିଶ୍ୱରଂଜନ ଦାସଙ୍କ ନିର୍ଦ୍ଦେଶ କ୍ରମେ ଅନୁଦାନରୁ ବଞ୍ଚିତ ହୋଇଥିବା ମହାବିଦ୍ୟାଳୟର ଅଧ୍ୟାପକ କୃପାସିନ୍ଧୁ ବେହେରା, ବ୍ରଜକିଶୋର ବେହେରା, ସୁବ୍ରତ ସ୍ମୃତିରଞ୍ଜନ ମିଶ୍ର, ଲାଇବ୍ରେରୀଆନ ପବିତ୍ର ମୋହନ ବେହେରା, କର୍ମଚାରୀ ଚନ୍ଦ୍ରକାନ୍ତ ସାହୁ, ପ୍ରିତମ କୁମାର ଜେନାମଣି, ସହାୟକା ଜିନୁ ବିଶ୍ୱାଳ, ସତ୍ୟଭାମା ସାହୁ, କାବେରୀ ବିଶ୍ୱାଳ, ସହାୟକ ଜିତେନ୍ଦ୍ର ବିଶ୍ୱାଳ, ଅକ୍ଷୟ କୁମାର ନାଏକ ତଥା ଟୁନା ଗୋଛାୟତ ପ୍ରମୁଖ ଦସ୍ତଖତ ଅଭିଯାନରେ ସାମିଲ ହୋଇଥିଲେ l

Leave a comment

Design a site like this with WordPress.com
Get started