



ବିଶାଳ ରକ୍ତଦାନ ଶିବିର ମହାପଦା
ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ଚାକଚକ୍ୟ ବିଦ୍ୟୁତ୍ ଆଲୁଅ ଠାରୁ ବହୁ ଦୂରରେ ଏକ ନିପଟ ମଫସଲ ଗାଁ ଟିଏ ମହାପଦା, ବିଶ୍ବ ପ୍ରସିଦ୍ଧ ମହିମାଗାଦୀ ଠାରୁ ଅନତି ଦୂରରେ ଅବସ୍ଥିତ ଏହି ଗାଁ ଆଜି ଦେଖାଇ ଦେଇଛି ତାହାର ଅନ୍ତରରେ ପ୍ରବାହିତ ହେଉଥିବା ଭାଇଚାରା,ବିଭିନ୍ନତା ଭିତରେ ଏକତାର ସୁତ୍ରକୁ ସୁଦୃଢ଼ କରି ଥିଲା ଆଜିର କାର୍ଯ୍ୟକ୍ରମ,ମୃଦୁ ମଳୟ ପବନକୁ ଯେପରି ଦେଖି ହୁଏ ନାହିଁ କେବଳ ଅନୁଭବ କରି ହୁଏ,ସେହିପରି ଆଜିର ଦିନରେ ଗ୍ରାମବାସୀ ମାନଙ୍କର ଖୁସି ଦେଖି ହେଉ ନଥିଲା ସତ କିନ୍ତୁ ତାକୁ ସ୍ପଷ୍ଟ ଭାବରେ ଅନୁଭବ କରି ହେଉଥିଲା । ମାଘ ମାସର ବାଘ ଶୀତକୁ ଭ୍ରୁକ୍ଷେପ ନକରି ଗ୍ରାମବାସୀ ମାନେ ଚାଲି ଆସିଥିଲେ ରକ୍ତ ଦାନ କରି ଅନ୍ୟର ମୂଲ୍ୟବାନ ଜୀବନ ବଞ୍ଚାଇବା ପାଇଁ,ରକ୍ତ ଅଭାବରୁ କୌଣସି ବ୍ୟକ୍ତିର ମୃତ୍ୟୁ ନହେଉ ଏହି ଉକ୍ତିକୁ ମର୍ମେମର୍ମେ ଅନୁଭବ କରି ଥିଲେ ଗ୍ରାମବାସୀ ଓ ଉପସ୍ଥିତ ଅତିଥି ବୃନ୍ଦ,ଏଭଳି କାର୍ଯ୍ୟକ୍ରମ ଏତେ ମାତ୍ରାରେ ସଫଳ ହେବ ତାହା ଆୟୋଜକ ଅନୁଷ୍ଠାନର ଆଶା ଠାରୁ ଅଧିକ, ଆଜିର କାର୍ଯ୍ୟକ୍ରମରୁ ଗୋଟିଏ କଥା ପରିଲକ୍ଷିତ ଯେ : ଏହି ଗ୍ରାମରେ ଉତ୍ସାହ ଭରି ରହିଛି କିନ୍ତୁ ସୁଯୋଗ ଅପେକ୍ଷାରେ ସମସ୍ତେ ରହିଲା ପରି ଅନୁଭବ ହେଉଥାଏ,ଏହିଭଳି ଜନ ହିତକର କାର୍ଯ୍ୟ ଆହୁରି ଗାଁ ରେ ହେଉ ଓ ଗାଁ ର ନାଁ ଦୂର ଦୁରନ୍ତର ପର୍ଯ୍ୟନ୍ତ ଯାଉ ଓ ସୁଦୂର ପ୍ରସାରି ହେଉ ଏହା ହିଁ ଆମର ଆଶା ।
ଏଭଳି କାର୍ଯ୍ୟକ୍ରମ ଆମ ଗ୍ରାମରେ ପ୍ରଥମ,ନିମନ୍ତ୍ରିତ ସମସ୍ତ ଜନ ପ୍ରତିନିଧି ମାନେ ସଠିକ୍ ସମୟରେ ଉପସ୍ଥିତ ରହି ରକ୍ତଦାତାଙ୍କୁ ଉତ୍ସାହିତ କରିବା ଆମ ପାଇଁ ଗର୍ବର ବିଷୟ । ସମସ୍ତଙ୍କର ପ୍ରଚେଷ୍ଟାରେ ଆଜି ଏହି ରକ୍ତଦାନ ଶିବିରରେ ସମୁଦାୟ ୧୧୦ ଜଣ ରକ୍ତଦାନ କରିଛନ୍ତି
ମୁଖ୍ୟ ଅତିଥି –
🩸 ମନୋଜ କୁମାର ନାଥ,ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ
ସମ୍ମାନନୀୟ ଅତିଥି –
🩸 ଡ଼ା. ଆଦ୍ୟାଶା ଅଭିଳାଶା, ଏମ.ବି.ବି.ଏସ କେନ୍ଦୁପଡ଼ା ପି.ଏଚ.ସି
🩸 ଅମ୍ଳାନ ଅନୁପମ,ଏମ.ବି.ବି.ଏସ ଯୋରନ୍ଦା ପି.ଏଚ.ସି
🩸 ହେମନ୍ତ କୁମାର ନାୟକ,ଫାର୍ମାସିଷ୍ଟ କେନ୍ଦୁପଡ଼ା ପି.ଏଚ.ସି
🩸 ରଶ୍ମିତା ପାଳ,ସି.ଏଚ.ଓ କାଲୁରିଆ
🩸 ଡା. ଶିବପ୍ରାସାଦ ନାଥ,ଆଶୋକ କୁମାର ନାଥ,ଉମା ଶଙ୍କର ନାଥ
ଚୟନ କୁମାର ନାଥ,ଗଣେଶ୍ୱର ନାଥ
🩸 ଯୋରନ୍ଦା ଫାଣ୍ଡି ଅଧିକାରୀ – ମାଗୁଣି ଗଡନାୟକ ଏବଂ ସମସ୍ତ
ସହକର୍ମୀ
🩸 ଯୋରନ୍ଦା ବନ ଖଣ୍ଡ ଅଧିକାରୀ – ଗଙ୍ଗାଧର ସାହୁ ଏବଂ ସମସ୍ତ
ସହକର୍ମୀ
🩸 ଯୋରନ୍ଦା ଉଚ୍ଚ ବିଦ୍ୟାଳୟର ଏନସିସି ଶିକ୍ଷକ – ଉତ୍ତମ କୁମାର
ସାମନ୍ତ
🩸 ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷୟତ୍ରୀ – ଜ୍ୟୋତିର୍ମୟୀ ନାଥ
🩸 ଯୁବ ସମାଜସେବୀ – ମହାଦେବ ପାତ୍ର
🩸 ପ୍ରତିନିଧି ମାନ୍ୟବର ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର- ରତିକାନ୍ତ ସାହୁ
🩸 ଢେଙ୍କାନାଳ ସାଂସଦ ରୁଦ୍ରନାରାୟଣ ପାଣି- ଲଳିତ କୁମାର ଦାସ
🩸 ଜିଲ୍ଲା ଯୁବମୋର୍ଚ୍ଚା ସଭାପତି – ମହାଦୀପ ଯଶୋବନ୍ତ ମହିମା
🩸 ବ୍ଲକ୍ ଅଧକ୍ଷା- ରିନା ରାଣୀ ଖଟୁଆ
🩸 ଜିଲ୍ଲା ପରିଷଦ ଜୋନ୍ -୧ – ବିଶ୍ଵନାଥ ଚିନରା
🩸 ସରପଞ୍ଚ କାଲୁରିଆ – ବିଶ୍ଵକର୍ମା ମହାଳିକ,
🩸 ସରପଞ୍ଚ ଯୋରନ୍ଦା – ଆରତୀ ନାୟକ
🩸 ସମାଜ ସେବୀ- ପ୍ରକାଶ ନାୟକ,ଅମ୍ବିକା ପ୍ରସାଦ ମିଶ୍ର
🩸 ପୂର୍ବତନ ସରପଞ୍ଚ କାଲୁରିଆ – ସଞ୍ଜୟ କୁମାର ଜେନା
🩸 କାଲୁରିଆ ସମବାୟ ସମିତି ସଭାପତି – ହିମାଦ୍ରି ବିହାରୀ ନାଥ
🩸 ସମାଜ ସେବୀ – ପ୍ରଦୀପ କୁମାର ନାଥ
🩸 ଯୁବମୋର୍ଚ୍ଚା ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ – ସିଦ୍ଧାର୍ଥ ଶଙ୍କର
ସାମଲ
🩸 ଗ୍ରାମର ଉତ୍ସାହୀ ଯୁବଗୋଷ୍ଠୀ :
ପ୍ରତାପ କୁମାର ନାଥ,ଆଶୁତୋଷ ନାଥ,ହରି ବନ୍ଦନ ନାଥ,
ତେଜେଶ୍ୱର ନାଥ,ରାଜେଶ ନାଥ,ନିରଞ୍ଜନ ନାଥ,ପ୍ରଶାନ୍ତ କୁମାର
ଦାଶ,ସମୀର ନାଥ,ଆଲୋକ କୁମାର ପତି,
ଭବାନୀ ଶଙ୍କର ନାଥ,ଅଶୋକ କୁମାର ପାଣି,ଜ୍ୟୋତି ରଞ୍ଜନ
ନାଥ,ସଞ୍ଜୟ ସାମଲ, ସନ୍ତୋଷ ମହାଳିକ,ପ୍ରଦୀପ ରାଉତ,
ଧୀରେନ୍ଦ୍ର ସାମଲ, ଆଶିଷ କୁମାର ଜେନା,କପିଳେଶ୍ୱର ସାମଲ,
ଜିତେନ୍ଦ୍ର ପଳେଇ,ମହେନ୍ଦ୍ର ପଲେଇ,ଜୟନ୍ତ ସାମଲ,ସୁଧୀର
ବାରିକ,ରାଜୁ ସେଠି,କିଶୋର ମହାଳିକ,ସର୍ବେଶ୍ଵର ବାରିକ,
ଦେବୀ ପ୍ରସାଦ ସାମଲ
ବିଭିନ୍ନତା ଭିତରେ ଏକତାକୁ ଖୋଜି ପାଇଛନ୍ତି ଗ୍ରାମର ଯୁବଗୋଷ୍ଠୀ, ଆଜି ଏହି କାର୍ଯ୍ୟକ୍ରମରେ ରକ୍ତ ଦାନ କରି କାର୍ଯ୍ୟକ୍ରମକୁ ସଫଳ କରିଥିବା ଗ୍ରାମବାସୀ ଓ ଅନ୍ୟାନ୍ୟ ଗ୍ରାମରୁ ଆସିଥିବା ଭାଇ ମାନେ ଏବଂ ଅତିଥି ଭାବେ ଆସି ରକ୍ତ ଦାନ କରି ଗ୍ରାମବାସୀ ମାନଙ୍କୁ ଉତ୍ସାହିତ କରିଥିବା ସମସ୍ତଙ୍କୁ ଅଶେଷ ଅଶେଷ ଧନ୍ୟବାଦ୍,ସମସ୍ତ ରକ୍ତଦାତା ଓ ସମସ୍ତ ସହଯୋଗୀ ଭାଇ ଭଉଣୀ ମାନଙ୍କ ନିକଟରେ ଶ୍ରୀରାମ ୟୁଥ୍ କ୍ଲବ୍ କୃତଜ୍ଞତା ଜ୍ଞାପନ କରୁଛି..
Leave a comment