ଛ ଦେଶ ବ୍ଲକ ଗଠନ ଦାବି ଜୋର ଧରିଲା ସର୍କିଟ ହାଉସ ଠାରେ ମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ

ଛ ଦେଶ ବ୍ଲକ ଗଠନ ଦାବୀ ଯୋର୍ ଧରିଲା ସର୍କିଟ ହାଉସ ଠାରେ ମନ୍ତ୍ରୀଙ୍କୁ ଦାବୀପତ୍ର ପ୍ରଦାନ ।

ଢେ଼ଙ୍କାନାଳ ସଦର : ଗତ କାଲି ରବିବାର ଅପରାହ୍ନ ୪ଟା ସମୟରେ ଢେଙ୍କାନାଳର ସର୍କିଟ ହାଉସ ଠାରେ  ଛ ଦେଶ ବ୍ଲକ ସଂଗ୍ରାମ ସମିତି ପକ୍ଷରୁ ହର୍ଷବର୍ଦ୍ଧନ ସିଂଦେଓ,ଅର୍ଜୁନ ସାହୁ,ସୁଶୀଲ କୁମାର ରାଉତ, ଅଶୋକ ପରିଡା,ବିଷ୍ଣୁ ପ୍ରସାଦ ଲେଙ୍କା,ଲଷ୍ମୀଧର ରାଉତ,ଧୂର୍ବ ଚରଣ ରାଉତ,ଜୟକୃଷ୍ଣ ସାହୁ,ହାଡିବନ୍ଧୁ ସେଠୀ,ରମେଶ ପଣ୍ଡା,ଗତିକୃଷ୍ଣ ବିଶ୍ଵାଳ,ହୃଦାନନ୍ଦ ବିଶ୍ଵାଳ,ସୁବାସ ସାହୁ,ବାସୁଦେବ ଧଳ,ରାଜକୁମାର ପ୍ରଧାନଙ୍କ ସମେତ ଏକ ଟିମ ଓଡିଶା ସରକାରଙ୍କର ଖାଦ୍ୟଯୋଗାଣ ଓ ଖାଉଟିକଲ୍ୟାଣ ବିଭାଗ ମନ୍ତ୍ରୀ ଶ୍ରୀଯୁକ୍ତ କୃଷ୍ଣ ଚନ୍ଦ୍ର ପାତ୍ରଙ୍କୁ ଢେଙ୍କାନାଳ ଜିଲ୍ଲାର ଛଦେଶ ଅଂଚଳକୁ ଏକତ୍ର କରି ଛଦେଶ ବ୍ଲକ ଗଠନ ନିମନ୍ତେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି I ଦାବୀ ପତ୍ରରେ ଦର୍ଶା ଯାଇଛି ସଦର ବ୍ଲକର ୮ ଟି ଏବଂ ଓଡ଼ାପଡ଼ା ବ୍ଲକର ୪ ଟି ପଞ୍ଚାୟତ ଜିଲ୍ଲା ସଦର ମହକୁମାଠାରୁ ଦୂରରେ ଥିବା ସହ ବିକାଶ ଠାରୁ ବହୁ ପଛରେ ଅବହେଳିତ ଅବସ୍ଥାରେ ରହିଛି । ଲୋକସଂଖ୍ୟା ଦୃଷ୍ଟିରୁ ବ୍ଲକ ଗଠନ ହେବା ସହଅଞ୍ଚଳର ଦ୍ରୁତ ବିକାଶ ହେବ ବୋଲି ଦାବୀ ହେଉଛି । ଆଗାମୀ ଦିନରେ ମୁଖ୍ୟମନ୍ତ୍ରୀ ଓ ପଂଚାୟତରାଜ ମନ୍ତ୍ରୀ ଏବଂ ବିଭାଗୀୟ ସଚିବଙ୍କୁ ଦାବୀପତ୍ର ଦିଆଯିବା ସହ ଦାବୀ ପୂରଣ ପାଇଁ ସମସ୍ତ ପଦକ୍ଷେପ ନିଆ ଯିବ ବୋଲି ସଂଗ୍ରାମ ସମିତି ପକ୍ଷରୁ ଚେତାବନୀ ଦିଆଯାଇଛି ।

Leave a comment

Design a site like this with WordPress.com
Get started