


ବେଆଇନ ଗାଈ ଚାଲାଣ ଗାଡି ଜବତ ଜଣେ ଗିରଫ
ଦୀର୍ଘ ଦିନର ପରିଶ୍ରମ ପରେ ଗଁଦିଆ ପୋଲିସ କୁ ମିଳିଛି ଏକ ବଡ ସଫଳତା,ଗତକାଲି ପେଟ୍ରୋଲିଙ୍ଗ ସମୟରେ ବେଆଇନ ଭାବରେ ଗାଈ ନେଇ ଯାଉଥିବା ଗୋଟିଏ ଗାଡିକୁ ପୋଲିସ ଜବତ କରିଛି l ଗତକାଲି ରାତ୍ରି 11 ଟା ସମୟରେ ଗଁଦିଆ ପୋଲିସ ପେଟ୍ରୋଲିଙ୍ଗ କରୁଥିବା ସମୟରେ ଏକ ବିଶେଷ ସୂତ୍ରରୁ ଖବର ପାଇଲେ,ଗଁଦିଆ ଥାନା ଅଧିକାରୀ ଶାନ୍ତନୁ କୁମାର ପ୍ରଧାନ ଙ୍କ ନେତୃତ୍ୱରେ ଏକ ଟିମ ଗୁଣ୍ଡୁରାପସୀ ଗ୍ରାମ ପଂଚାୟତ ର ଦକ୍ଷିଣୀପସୀ ଗ୍ରାମ ଠାରେ ଏକ ମିନି ଟ୍ରକ ଯାହାର ନଂ OD 06A3055 ରେ ଗାଈ ଚାଲାଣ ହେଉଛି ଜାଣି ସମୟ 4,45ରେ ଉକ୍ତ ଗାଡିକୁ ଜବତ କରିବା ସହିତ ସେଥିରେ ଥିବା 7ଗୋଟି ଗାଇଙ୍କୁ ଉଦ୍ଧାର କରି ତାହାକୁ ବିରାଡ଼ିଆ ଗୋ ଶାଳାରେ ଛାଡିଥିଲେ ଓ ଘଟଣା ସ୍ଥଳରୁ ଉକ୍ତ ଗାଡି ଚଳାଉଥିବା ଗଁଦିଆ ଗ୍ରାମର ବିରଞ୍ଚି ମହାରଣା ଙ୍କର ପୁଅ ବିମଲ ମହାରଣା 35ବର୍ଷ କୁ ଗିରଫ କରିବା ସହିତ ଉକ୍ତ ଗାଡିକୁ ଥାନା କୁ ଅଣାଯାଇଛି l ଆଜି କେସ ନଂ 106 ରେ ଏକ ମାମଲା ୠଜୁକରାଯାଇ ଗୋରୁ ଚାଲାଣର ମୁଖ୍ୟ କାର୍ପାଟଦାର ବିମଲ କୁ କୋର୍ଟ ଚାଲାଣ କରାଯାଇଛି l ଗଁଦିଆ ପୋଲିସ ପକ୍ଷରୁ ଉକ୍ତ ଗଁଦିଆ ଅଂଚଳରେ ଥିବା ଗାଈ ଚାଲାଣ ରାକେଟ କୁ ଧରୀ ସେମାନଙ୍କ ବିରୁଦ୍ଧରେ ଦୃଢ଼ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି
Leave a comment